ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ବାଲିଗୁଡ଼ା :- ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ । ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ବଳଦ ଫେରିବାରେ ବିଳମ୍ବ ହେବାରୁ ଖୋଜିବାକୁ ନିକଟସ୍ଥ ଜବା ଜଙ୍ଗଲକୁ ଯାଇଥିଲେ ବିକ୍ରମ ।

