ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) କନ୍ଧମାଳ :- ଅଗ୍ନୀକୁ ସାକ୍ଷୀ ରଖି ବିବାହ କରିଥଲେ l ଆଉ ସୁଖଦୁଃଖରେ ସାଥୀ ହୋଇ ରହିବାକୁ କଥା ଦେଇଥିଲେ ସ୍ୱାମୀ l ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ହୋଇଥିଲା l ଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି l ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କାଶିନୀପଦର ଗାଁରେ ଦେଖିବାକୁ ମିଳିଛି l ପ୍ରକାଶ ଯେ , ଶୁକ୍ରବାର ସକାଳେ ସ୍ୱାମୀ ମିଥୁନ ଡିଗାଲ ଓ ସ୍ତ୍ରୀ ହେମଲତା ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ।

