
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ତଥା କୁନ୍ଦୁରା ବ୍ଲକର ଦିଗାପୁର ପଂଚାୟତର ନୂଆ ଘସର୍ଡା ଗ୍ରାମରେ ଶ୍ରୀହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଜି ସମ୍ପନ୍ନ ହୋଇଯାଇଛି । ଗତ ଶନିବାରରୁ ଆରମ୍ଭ ହୋଇଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ବିଷୁବ ସଂକ୍ରାନ୍ତି ଅବସରରେ ହୋମଯଜ୍ଞ ଶେଷ ହୋଇଥିଲେ ମଧ୍ୟ ଆଜି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ଚାରିପଟେ ସମସ୍ତ ପାଶ୍ୱର୍ଦେବାଦେବୀଙ୍କ ସ୍ଥାପନ କରିବା ପରେ ନୂତନ ମନ୍ଦିର ଭିତରେ ଶ୍ରୀହନୁମାନଙ୍କ ମୂର୍ତି ସ୍ଥାପନ କରାଯାଇଛି । ଏହି ପ୍ରତିଷ୍ଠା ମହେତ୍ସବରେ ଗ୍ରାମର ଯୁବକ , ମହିଳା ଓ ବୃଦ୍ଧବୃଦ୍ଧି ମାନେ ଦାୟିତ୍ୱ ତୁଲାଇ ଥିବାର ଦେଖାଯାଇଛି । ଆଚାର୍ଯ୍ୟ ଟୁଲୁ ରଥ ସହିତ ଆଖପାଖ ଅଂଚଳର ପୂରୋହିତ ମାନେ ପୂଜା ହୋମଯଜ୍ଞ କାର୍ଯ୍ୟକ୍ରମ ସମ୍ପାଦନ କରିଛନ୍ତି ।
