ପ୍ରାଇଭେଟ୍ ସ୍କୁଲରେ ବେଆଇନ୍ ଫି ଆଦାୟ ଓ ପୁସ୍ତକ ବିକ୍ରି ବିରୁଦ୍ଧ ରେ ଅଭିଭାବକ ମହାସଂଘ , ତରଫରୁ ୫ଘଣ୍ଟିଆ ଠିଆ-ଧାରଣା ଧାରଣା ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ

ଭୁବନେଶ୍ୱର, ରିପୋର୍ଟ /ସୋନାଲି ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ,୧୧ ମଇ,ସୋମବାର :- କରୋନା ଭଳି ବିପତ୍ତି ସମୟରେ ମାନବିକତା ଆଧାରରେ ବେସରକାରୀ ବିଦ୍ୟାଳୟ ମାନଙ୍କୁ କୌଣସି ମାସିକ ଫି,ପୁନଃ-ଆଡମିସନ ଫି, ପରିବହନ ଖର୍ଚ୍ଚ, ଇନ୍ଫ୍ରାଷ୍ଟ୍ରକ୍ଚର ଫି, କମ୍ପୁଟର ଫି,ଡେ ବୋର୍ଡିଙ୍ଗ ଫି, ଏସି ଫି ଓ ଅନ୍ୟାନ ଫି ଆଦାୟ ନ କରିବା ସହ 3 ମାସ ପର୍ଯ୍ୟନ୍ତ ଜବରଦସ୍ତ ଆଦାୟ ନ କରିବା ପାଈଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପଦେଶ ଦେବା ପରେ ମଧ୍ୟ ସବୁ ବେସରକାରୀ ବିଦ୍ୟାଳୟ ମାନେ ଜୋର ଜବରଦସ୍ତ ଫୋନ କରି ଅଭିଭାବକ ମାନଙ୍କୁ ଫି ବାବତ ଅର୍ଥ ମାଗୁଛନ୍ତି

କରୋନା ସମୟରେ ମଧ୍ୟ ଜବରଦସ୍ତ ବହି ବିକ୍ରି କରୁଛନ୍ତି ଆମେ FIR ଦେବାପରେ ମଧ୍ୟ ଖଣ୍ଡଗିରି ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦୁଃଖର ବିଷୟ ପରମିସନ ଦେଇ ବହି ବିକିବା ପାଈଁ ମଧ୍ୟ ନିୟମ ବିରୁଦ୍ଧ କାର୍ଯ୍ୟ ହୋଇଛିସେଠାରେ ତିନିସହରୁ ଅଧିକ ଅଭିଭାବକ ଏକାଠି ହୋଈ ବହି କିଣିବା ସହ ସବୁ ନିୟମ କୁ ଭାଙ୍ଗି ଚୁରମାର କରିଦେଲେ, ଆମେ ଫଟୋ ସହ FIR ଦେଇଚୁ ଏହା ଘୋର ଅନ୍ୟାୟ କଥା ଓଡିଶା ମାନବିକ ଅଧିକାର କମିଶନଙ୍କ ନିର୍ଦେଶ ଅନୁସାରେ ସବୁ ବିଦ୍ୟାଳୟ ବହି ତାଲିକା ୱେବସାଇଟରେ ପ୍ରକାଶ କରିବା ପାଇଁ ତାହା NCERT ପାଠ୍ୟକ୍ରମ ଅନୁଯାୟୀ ହେବା ଆବଶ୍ୟକ ମାତ୍ର ଏବେ ସୁଦ୍ଧା କେହି ପାଳନ କରୁନାହାନ୍ତି

ପ୍ରମୁଖ ଶାସନ ସଚିବ ଏକୋଇଶି ଦିନ ଧରି ଏହାକୁ ଚାପି ପାଖରେ ରଖିଛନ୍ତି ଯଦି ବହି ତାଲିକା ପ୍ରକାଶ ପାଇଯିବ ତାହେଲେ, ଏହାଦ୍ୱାରା ଅଭିଭାବକ ମାନେ ସହଜରେ ବହି କିଣିବା ସହ କମ ମୂଲ୍ୟରେ ସ୍ଥାନୀୟ ବଜ଼ାରରୁ ପାଇପାରିବେ ଏହା ସମସ୍ତଙ୍କୁ ସହଜ ହେବ ବେସରକାରୀ ବିଦ୍ୟାଳୟ ମାନଙ୍କ ଦ୍ବରାତ୍ମ୍ୟ ମଧ୍ୟ କମିଯିବ ଆଜି ଓଡିଶା ଅଭିଭାବକ ମହାସଂଘର ଏକ ଠିଆ-ଧାରଣା ଜୟଦେବ ଭବନ ସମୁଖରେ କରାଯାଇଥିଲା ଏଥିରେ ମହାସଂଘର କର୍ମକର୍ତ୍ତ ମାନେ ଯୋଗଦେଇ ସଖାଳ 8 ଟାରୁ ଦିନ 1ଟା ପର୍ଯ୍ୟନ୍ତ ଠିଆ ଧାରଣା କରାଯାଇଥିଲା

ମହାସଂଘର ଅଧ୍ୟକ୍ଷ୍ୟ ବାସୁଦେବ ଭଟ୍ଟ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି 5 ଘଣ୍ଟିଆ ଠିଆ-ଧାରଣା ରେ ବିଧାୟକ ସୁରେଶ ରାଉତରାୟ ଆସି ସମର୍ଥନ କରିବାସହ ଫି ଛାଡ଼ ଓ ଏବେ ନ ମାଗିବାକୁ ନିଦ୍ଧେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଓଡ଼ିଶାର ସବୁ ଜିଲ୍ଲାରେ ଏହି ଧାରଣା କରାଯାଇଥିଲା କୋଡିଏଟି ଜିଲ୍ଲାରୁ ଉର୍ଦ୍ଧ ଜିଲ୍ଲାରେ ଆବାହକ ମାନଙ୍କ ନେତୃତ୍ୱରେ ଏହି ଧାରଣା କରାଯାଇଥିଲା ଏହି ଠିଆ ଧାରଣା ଦ୍ୱାରା ଯଦି ସରକାର କୌଣସି ଠୋସ ପଦକ୍ଷପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ଜୋରଦାର ସାରା ରାଜ୍ୟରେ ଆନ୍ଦୋଳନ ହେବ ଘରୋଇ ବିଦ୍ୟାଳୟ ପ୍ରୀତି ପାଈଁ ଲକ୍ଷ ଲକ୍ଷ ଅଭିଭାବକ ମାନସିକ ଯନ୍ତ୍ରଣା ଭୋଗିବା ପାଈଁ ସରକାର ଦାୟୀ ରହିବେ

ମାନବ ଅଧିକାର କ୍ଷୁଣ୍ଣ ହେବା ଦ୍ୱାରା ସରକାର ସାରା ଦେଶରେ ନିନ୍ଦିତ ହେବେ ଜୟଦେବ ଭବନ ଠାରେ ରାଜ୍ୟସ୍ଥରୀୟ ଧାରଣାରେ ଭୁବନେଶ୍ୱର ଜିଲ୍ଲା ଆବାହକ ଶଙ୍କର ସାମନ୍ତରାୟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ମହାସଂଘର ସହ ଅଧ୍ୟକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ରଶ୍ମିରଂଜନ କାନୁନଗୋ, ସତ୍ୟବ୍ରତ ପରିଜା, ସ୍ୱପନେନ୍ଦୁ ସାମନ୍ତରାୟ, ଉପ ସଭାପତି ନନ୍ଦ କିଶୋର ମଲ୍ଲିକ, ଅଶୁରଞ୍ଜାନ ମହାନ୍ତି, ନୃସିହ୍ନ ସାହୁ, ଅନନ୍ତ ରାଉତ, ନୀଳମାଧଵ ପ୍ରଧାନ, ଶିଶିର ସାହୁ, ସଂଗଠନ ସମ୍ପାଦକ ରଞ୍ଜନ ଦାସ,ପଦ୍ମନାଭ ରାଉତ, ସୂର୍ଯ୍ୟକାନ୍ତ ରାଉତ, କାର୍ତିକ ସାହୁ ଓ ଅନ୍ୟାନ୍ୟ ଅଭିଭାବକ ମାନେ ଯୋଗଦାନ କରିଥିଲେ ଭୁବନେଶ୍ବର ଜିଲ୍ଲା ଯୁଗ୍ମ ଆବାହକ ପ୍ରଦୀପ୍ତ ମିଶ୍ର ଧାରଣା ର କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ

Exit mobile version