ନୀଳମାଧବ ପୀଠ ପରିଦର୍ଶନ କଲେ : ମୁଖ୍ୟମନ୍ତ୍ରୀ ଙ୍କ (5T) ସଚିବ ଶ୍ରୀ ଭି.କେ.ପାଣ୍ଡିଆନ – ଉନ୍ନତି କରଣ କାମ ସମ୍ପର୍କରେ

ସ୍ଥାନୀୟ ଲୋକ ଓ ସେବାୟତ ଙ୍କ ସହିତ ଆଲୋଚନା ଖୁଵ ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ.

ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ . ନୟାଗଡ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ. ମହାନଦୀ କୂଳରେ ନୀଳମାଧଵ ପୀଠର ଶୋଭା ଅତ୍ୟନ୍ତ ମନୋରମ. .5T କାର୍ଯ୍ୟକ୍ରମ ରେ ଏହି ପୀଠର ବିକାଶ କରି ଅଧିକ ପର୍ଯ୍ୟଟକ ଙ୍କୁ ସେଠାକୁ କିପରଆକୃଷ୍ଟ କରାଯାଇ ପାରବ,

ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି. ଏହା ସହିତ ଏଠାକୁ ଆସୁଥିବା ଭକ୍ତ ମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ର ବିକାଶ କରାଯିବ. ଏଥି ନିମନ୍ତେ ଖୁଵ ଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବବୋଲି ଜଣା ଯାଇଛି. ଏଥି ପାଇଁ ପୂର୍ତ୍ତ ବିଭାଗ କୁ ଦାଇତ୍ୱ ଦିଆଯାଇଛି. ଏହି ପରଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି. ବି ଯାଦବ , ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ .

Exit mobile version