ବୈପାରିଗୁଡା ଠାରେ  ହନୁମାନ ଜୟନ୍ତୀ, ଓଡିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) ବୈପାରିଗୁଡା :- ଦୀର୍ଘ ଦୁଇ ବର୍ଷ ହେବ ଓଡିଶାରେ କୋଭିଡ କଟକଣା ପାଇଁ ପୂଜାପରବ ଗୁଡିକ ଫିକା ପଡିଥିବା ବେଳେ ଏବେ ମାତ୍ରା ବହୁ ଧୁମଧାମରେ ପାଳନ କରିବା ସହିତ ଧିରେ ଧିରେ କୋଭିଡ ସଂକ୍ରମଣ କମିବା ପରେ ଏବେ ଗୋଟିଏ ପରେ  ଗୋଟିଏ ପୂଜାପରବ କୁ ଜନସାଧାରଣ ମାନେ ମନଖେଳା ଭାବରେ ପାନଳ କରୁଥିବା ବେଳେ ଆଜି ଓଡିଆ ଲୋକଙ୍କ ନବବର୍ଷ ପଡିବା ସହିତ ହନୁମାନ ଜୟନ୍ତି , ବହାବିଷୁବ ସଂକ୍ରାନ୍ତ ପଡୁଥିବାରୁୁ ବହୁ ଅଡମ୍ବର ସହିତ ପାଳନ କରିଛନ୍ତି ବୈପାରିଗୁଡା ଅଂଚଳବାସୀ ।

ବୈପାରିଗୁଡା ବ୍ଳକର ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିର ଠାରେ ପ୍ରବିତ୍ର ହନୁମାନ ଜୟନ୍ତୀ , ଓଡିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ମହାସମାରୋହ ପାଳନ କରାଯାଇଥିବାର ଦେଖାଯାଇଛି । ଆଜି ସଂକ୍ରାନ୍ତି ଥିବାରୁ ହନୁମାନ ମନ୍ଦିର ସହିତ ବୈପାରିଗୁଡା ବ୍ଲକର ସମସ୍ତ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତ ମାନଙ୍କ ଗହଳି ପରିଲକ୍ଷିତ ହୋଇଥିବା ସ୍ୱତନ୍ତ୍ର ପୂଜା ପାଠ ସହିତ ହୋମଯଜ୍ଞ ଚାଲିଥିବାର ଦେଖିବାକୁ ମିଳିଛି । ବୈପାରିଗୁଡା ର ବିରଖମ୍ବ ସହିରେ ଥିବା ହନୁମାନ ମନ୍ଦିର ସହିତ ହନୁମାନ ବାଟିକା ଥିବା ୩୦ ଫୁଟ ରୁ ଉଚ୍ଚ ହନୁମାନ ମୂର୍ତି ଏବଂ ବାସିନୀଗୁଡା ସହିତ ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିର ମାନଙ୍କ ରେ ପ୍ରବଳ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଛି ।

ହନୁମାନ ଚାଳିସା ପାଠ କରିବା ଦ୍ୱାରା ମନ୍ଦିର ପୀଠ ଗୁଡିକ ଏକ ଭାବପୁର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିବାର ଦେଖାଯାଇଛି । ଏହି ଅବସରରେ ହନୁମାନ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜା ଚାଳିବା ସହିତ ହୋମଯଜ୍ଞ ପୂଜକ କରିଥିବା ବେଳେ ମନ୍ଦିର ବାହାରେ ହନୁମାନ ଚାଳିସା ପାଠ କରିଥିଲେ ଭକ୍ତ ଗଣ । ପଣା ସଂକ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ କମିଟି ତରଫରୁ ପଣା ଭୋଗ ବଣ୍ଠନ କରାଯାଉଥିବା ବେଳେ କିଛି ଲୋକ ନିଜ ଟଙ୍କା ଖର୍ଚ୍ଚ କରି ମଧ୍ୟ ରାସ୍ତାଘାଟରେ ଭକ୍ତ ମାନଙ୍କୁ ପଣା ପ୍ରଦାନ କରୁଥିବାର ଦେଖାଯାଇଛି । ତେବେ ପଣାରେ ପାଚିଲା କଦଳୀ , ବେଲ , ଆମ୍ବ , ଛେନା , ନଡିଆ ,ସହିତ ବିଭିନ୍ନ ପ୍ରକାର ସମଗ୍ରୀ ମିଶାଇ ପଣା ପ୍ରସ୍ତୁତ କରି ରାସ୍ତାରେ ଯାତାୟତ କରୁଥିବା ଭକ୍ତ ମାନଙ୍କୁ ବଣ୍ଠନ କରିଥିଲେ ।

Exit mobile version