ମାହାଙ୍ଗା କୁସୁପୁରରେ ଘରୋଇ କଳିକୁ ନେଇ ୫ ମର୍ଡର: ବଡ଼ଭାଇର ବଂଶ ନିପାତ  କଲା ସାନ ଭାଇ

ଓଡ଼ିଶା ତାଜା ନ୍ୟୁଜ୍ (୧,ଏପ୍ରିଲ ଗୁରୁବାର ) କୁଆଁ ପାଳ :- କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ହୋଇଛି ଗଣହତ୍ୟା । ଜମିଜମା ବିବାଦର ଘରୋଇ କଳିକୁ ନେଇ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରିଛି ନର ରାକ୍ଷସ ସାନ ଭାଇ । ବଡ଼ଭାଇର ପୂରା ବଂଶକୁ ନିପାତ କରିଛି ସାନଭାଇ, । ହତ୍ୟା କରି ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି ସାନଭାଇ ଶିବ ପ୍ରସାଦ ସାହୁ ।

ଧାରୁଆ ଅସ୍ତ୍ରରେ ହାଣି 

ବଡଭାଇ ଅଲେଖ ସାହୁ, ଭାଉଜ ରଶ୍ମିରେଖା ପୃଷ୍ଟି, ପୁତୁରା ସ୍ମୃତି ସାଇଲ ,ସ୍ମୃତି ସୌରଭ, ଝିଆରି ସ୍ମୃତି ସନ୍ଧ୍ୟା ସହ  ପରିବାରର ମୋଟ ୫  ଜଣଙ୍କୁ ସାନ ଭାଇ ଶିବ ପ୍ରସାଦ ହତ୍ୟା କରିଥିବା  ଦେଖିବାକୁ ମିଳିଛି, । ଘଟଣାସ୍ଥଳରେ ଲୋକାଲ ମାଜିଷ୍ଟ୍ରେଟ , ପୁଲିସ ଆଇଜି ନରସିଂହ ଭୋଳ, କଟକ ଗ୍ରାମାଞ୍ଚଳ ଏସପି ବି ଯୁଗଳ କିଶୋର  ପହଂଚି  ଛାନଭିନ୍ ଆରମ୍ଭ କରି ସମସ୍ତ ମୃତକଙ୍କ ଶବକୁ ବ୍ୟବଛେଦ ନିମନ୍ତେ କଟକ ମେଡିକାଲ ପଠାଇଛନ୍ତି ।

ତେବେ ବହୁ ଦିନର ଜମିଜମା ବିବାଦ ଉଗ୍ର ରୂପରୁ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି । ସାନଭାଇ ହତ୍ୟା କରିଥିବା ନେଇ ଏକ ଭିଡିଓ ଜାରିକରି ହତ୍ୟା କରିଥିବା ସ୍ୱୀକାର କରିଛି । ଭାଇର ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରିବା ପରେ ସାନଭାଇ ଶିବ ସାହୁ ନିକସ୍ଥ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ଅନୁସନ୍ଧାନୀ ଦଳ ସାହାଯ୍ୟରେ ତଦନ୍ତ କରାଯାଇ ନମୁନା ସଂଗ୍ରହ କରିଛି ପୁଲିସ, ଘଟଣା ସ୍ଥଳରେ କଟକ ଏସପି ବି ଯୁଗଳ କିଶୋର ,ଡ଼ିଏସପି ବିମଳ ବାରିକ ,ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ପହଂଚି ହତ୍ୟାକାଣ୍ଡର କାରଣ ଖୋଜୁଛନ୍ତି, ଅଭିଯୁକ୍ତ ହତ୍ୟାକାରୀ ସାନ ଭାଇକୁ ବାଲିଚନ୍ଦ୍ର ପୁର ଥାନରୁ ଅଣାଯାଇ ମାହାଙ୍ଗା ଥାନାରେ ଅଟକ ରଖି ପଚରା ଉଚରା କରି ତଦନ୍ତ ଚଳାଇଛନ୍ତି

Exit mobile version