ରଣପୁରର ଆରାଧ୍ୟ ଦେବ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରରୁ : ଗତ ରାତିରେ ୫ଟି ମୂର୍ତ୍ତି ଚୋରି

ମନ୍ଦିର ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଜିନିଷ ଠିକ୍ ଥିବା ବେଳେ କେବଳ ମୂର୍ତ୍ତି ଚୋରି ହୋଇଯାଇଥିଲା । ୧୦ ଇଞ୍ଚ ଉଚ୍ଚତାର ଦୁଇ ଶିବ-ପାର୍ବତୀ ମୂର୍ତ୍ତି ଅଷ୍ଟଧାତୁର ହୋଇଥିବା ବେଳେ ଅନ୍ୟ ୩ଟି ମୂର୍ତ୍ତି ପିତଳ ପ୍ରତିମା ବୋଲି ଜଣାଯାଇଛି ।

ନଗର ସଭାପତି ସ୍ବରାଜ ମହାନ୍ତି ଓ ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ଅନୁରୋଧ କ୍ରମେ ଶ୍ରୀ ସ୍ୱପ୍ନେଶ୍ୱର ଦେବଙ୍କ ମନ୍ଦିରରୁ ମୂର୍ତ୍ତି ଚୋରିର ସଠିକ୍ ତଦନ୍ତ କରାଯିବା ସହ ସନ୍ଧାନି କୁକୁର ସାହାଯ୍ୟରେ ଚୋରର ଖୋଜ ଲଗାଯାଇଥିଲା ।

ଓଡ଼ିଶା ତାଜା ନ୍ୟୁଜ୍ (୧,ଏପ୍ରିଲ ଗୁରୁବାର ) ରଣପୁର :- ରଣପୁର ସ୍ୱପ୍ନେଶ୍ୱର ମନ୍ଦିରରୁ ୫ ମୂର୍ତ୍ତି ଚୋରି, ରଣପୁରର ଆରାଧ୍ୟ ଦେବ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରରୁ ଗତ ରାତିରେ ୫ଟି ମୂର୍ତ୍ତି ଚୋରି ହୋଇଯାଇଛି । ମନ୍ଦିର ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଜିନିଷ ଠିକ୍ ଥିବା ବେଳେ କେବଳ ମୂର୍ତ୍ତି ଚୋରି ହୋଇଯାଇଥିଲା । ୧୦ ଇଞ୍ଚ ଉଚ୍ଚତାର ଦୁଇ ଶିବ-ପାର୍ବତୀ ମୂର୍ତ୍ତି ଅଷ୍ଟଧାତୁର ହୋଇଥିବା ବେଳେ ଅନ୍ୟ ୩ଟି ମୂର୍ତ୍ତି ପିତଳ ପ୍ରତିମା ବୋଲି ଜଣାଯାଇଛି । ଏହି ମୂର୍ତ୍ତି ସବୁ ଗର୍ଭଗୃହରେ ଶକ୍ତି ନିକଟରେ ରହି ପୂଜା ପାଉଥିଲେ । ଅଭିଯୋଗ ପାଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି କିନ୍ତୁ ମୂର୍ତ୍ତି କିମ୍ବା ଚୋରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ଏହି ଘଟଣା ଭକ୍ତ ମହଲରେ ନୈରାଶ୍ୟ ଖେଳାଇ ଦେଇଛି । ଆଜି ସକାଳୁ ପାଳିଆ ମାଳି ସେବକମାନେ ମନ୍ଦିରକୁ ପୂଜା ପାଇଁ ଗଲାବଳେ କବାଟର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ୧୮ ଇଞ୍ଚ ଉଚ୍ଚତାର ୨ଟି ଶିବ-ପାର୍ବତୀ ମୂର୍ତ୍ତି ଯାହାକି ସ୍ୱପ୍ନେଶ୍ୱର ରଙ୍କ ଚଳନ୍ତି ପ୍ରତିମା, ୧୦ ଇଞ୍ଚ ଉଚ୍ଚତାର ବହୁ ପୁରୁଣା ୨ଟି ଶିବ ପାର୍ବତୀ ମୂର୍ତ୍ତି ଓ ଗୋଟିଏ ନଟରାଜ ମୂର୍ତ୍ତି ଚୋରି କରି ନେଇଯାଇଥିବା ଦେଖିବାକୁ ପାଇଥିଲେ ।

ମନ୍ଦିର ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଜିନିଷ ଠିକ୍ ଥିବା ବେଳେ କେବଳ ମୂର୍ତ୍ତି ଚୋରି ହୋଇଯାଇଥିଲା । ୧୦ ଇଞ୍ଚ ଉଚ୍ଚତାର ଦୁଇ ଶିବ-ପାର୍ବତୀ ମୂର୍ତ୍ତି ଅଷ୍ଟଧାତୁର ହୋଇଥିବା ବେଳେ ଅନ୍ୟ ୩ଟି ମୂର୍ତ୍ତି ପିତଳ ପ୍ରତିମା ବୋଲି ଜଣାଯାଇଛି । ଏ ସଂକ୍ରାନ୍ତରେ ମନ୍ଦିର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର ରଣପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏପରିକି କେତେକ ଭକ୍ତ ମନ୍ଦିର ପରିସରରେ ଅଖଣ୍ଡ ଜାଳି ବସିଥିବା ଦେଖିବାକୁ ମିଳିଥିଲା । 

ଫଳରେ ଆଜି ମନ୍ଦିର ସେବା ପୂଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ସନ୍ଧାନୀ କୁକୁର ସହ ପୁଲିସ୍ ତଦନ୍ତ ଜାରି ରଖିଛି । ରଣପୁରରେ ମଣିନାଗ, ଜଗନ୍ନାଥ ମନ୍ଦିର ପରି ଶ୍ଵେଶ୍ଵର ମନ୍ଦିରରେ ପ୍ରତିଦିନ ସୁଦ୍ଧାଳୁଙ୍କ ସମାଗମ ହୋଇଥାଏ । ୧୩୫ ମସିହାରେ ରଣପୁରର ତତ୍‌କାଳୀନ ରାଜାଙ୍କୁ ସ୍ଵପ୍ନାଦେଶ ହେବା ପରେ ରାଜା ଏଠାରେ ମନ୍ଦିର ନିର୍ମାଣ କରିଥିଲେ । ଜଗନ୍ନାଥଙ୍କର ସମସ୍ତ ନୀତିରେ ସମେଣ୍ଟର ହିଁ ପଞ୍ଚ ମହାଦେବଙ୍କ ସହ ଜଗନ୍ନାଥଙ୍କ ବିଭିନ୍ନ ଯାତ୍ରାରେ ଯୋଗ ଦିଅନ୍ତି । ସୁପ୍ଲେଗଙ୍କ ଚଳତି ପ୍ରତିମା ଗତ ରାତିରେ ଚୋରି ହୋଇଯାଇଥିବା ଜଣାଯାଇଛି ।

୨ ବର୍ଷ ତଳେ ସୁପେଶ୍ୱର ମନ୍ଦିର ପ୍ରବେଶ ଦ୍ବାରରେ ଲାଗିଥିବା ଏକ ପଥର ମୂର୍ତ୍ତି ମଧ୍ୟ ଚୋରି ହୋଇଯାଇଥିଲା । ଏପରିକି ମନ୍ଦିର ପରିସରରୁ ମୂଲ୍ୟବାନ ଚନ୍ଦନ ଗଛ କେହି କାଟି ନେଇଥିଲେ । ରଣପୁରରେ ବାରମ୍ବାର ମୂର୍ତ୍ତି ଚୋରି ହେଉଛି । ୧୯୯୨ ମସିହାରେ ରଣପୁର ଜଗନ୍ନାଥ ମନ୍ଦିରରୁ ମଦନମୋହନ ମୂର୍ତ୍ତି ଚୋରି ହୋଇଯାଇଥିଲା । ପରେ ଏହି ମୂର୍ତ୍ତି ପାମ୍ପଡ଼ା ନିକଟ ପାହାଡ଼ରୁ ମିଳିଥିଲା । ସେହିଭଳି କିଛି ବର୍ଷ ତଳେ ତଳମଣିନାଗ ପୀଠରୁ ଅଳଙ୍କାର ମଧ୍ୟ ଚୋରି ହୋଇଥିଲା । ପୁଲିସ ଏହି ଅଳଙ୍କାର ଜବତ୍ କରି ମଝିଗକୁ ହସ୍ତାନ୍ତର କରିଥିଲେ ।

ଖବର ପାଇ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ,ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏନଏସି ଅଧକ୍ଷା ରଙ୍ଗିନ୍ ମହାନ୍ତି, ଉପାଧ୍ୟକ୍ଷ ବିଶ୍ବରଞ୍ଜନ ପଟ୍ଟନାୟକ, ପୂର୍ବତନ ଏମ୍ ଏସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହାରାନ, ତ. ପ୍ରଶାନ୍ତ ମିଶ୍ର, ଜଗନ୍ନାଥ ମନ୍ଦିର ମ୍ୟାନେଜର ଗମେଶ ଚନ୍ଦ୍ର ପ୍ରଧାନ, ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ପ୍ରମୁଖ ମନ୍ଦିରରେ ପହଞ୍ଚି ଆଲୋଚନା କରିଥିଲେ ।

ମୁଇଁ ଚୋରକୁ ଧରିବା ପାଇଁ ପୁଲିସ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । କୁକୁର ମନ୍ଦିର ପଛପଟ ବିଲରେ କିଛି ବାଟ ଯିବାପରେ ଅଟକି ଯାଇଥିଲା । ପୂର୍ବରମାନେ ସେଠାରୁ ଗାଡ଼ିରେ ନେଇ ଯାଇଥିବା ଅନୁମାନ କରାଯାଇଛି ।

ରଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା , ତଦନ୍ତ ଅଧିକାରୀ ଏସଡିପିଓ ଓ  ପ୍ରୀତି ପ୍ରକାଶ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ତଦନ୍ତ କାର୍ଯ୍ୟ ତୀବ୍ର ତା ରେ ଚାଲିଥିବାର ଦେଖିବାକୁ ମିଳିଥିଲା !

Exit mobile version