ଦୀର୍ଘ ଦିନର ବ୍ୟବଧାନ ପରେ ରାମଗିରି ବନାଂଚଳରେ ରେଞ୍ଜର ଭାବେ ଯୋଗଦାନ କଲେ ପ୍ରସନ୍ନ

ଓଡ଼ିଶା ତାଜା ନ୍ୟୁଜ୍ (୧,ଏପ୍ରିଲ ବୁଧବାର ) ବୈପାରିଗୁଡା :- ଦୀର୍ଘ ବର୍ଷ ଧରି ଜୟପୁର ଉପଖଣ୍ଡର ବୈପାରିଗୁଡା ବ୍ଲକର ରାମଗିରି ବନାଂଚଳରେ ରେଞ୍ଜର ପଦବୀ ଖାଲି ପଡିଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ଗତ ୧୧ ତାରିଖ ଦିନ କୋରାପୁଟ ସ୍ଥିତ ଆଂଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ କୋରାପୁଟ ମଣ୍ଡଳର ଅଫିସ ଅର୍ଡର ନଂ ୫୫ / ୨ଏଫ-୪୦/୨୦୨୨ ଅନୁସାରେ ରାମଗିରି ବନାଂଚଳର ଦଣ୍ଡାବାଡି ଠାରେ ଫରେଷ୍ଟ ରହିଥିବା ପ୍ରସନ୍ନ କୁମାର ସାହୁଙ୍କୁ  ପଦନୀତି ପାଇବା ସହିତ ତାଙ୍କୁ ରାମଗିରି ବନାଂଚଳର ରେଞ୍ଜର ଭାବେ ଦାୟତ୍ୱ ନେବା ନିମେନ୍ତ ଚିଠିରେ ଉଲ୍ଲେଖ ରହିଥିବାର ଜଣାପଡିଛି ।

ତେବେ ରାମଗିରି ବନାଂଚଳର ୨ ଜଣ ଫରେଷ୍ଟ ଙ୍କୁ ଏକା ସାଙ୍ଗରେ ରେଞ୍ଜର ଭାବେ ସରକାରଙ୍କ ପକ୍ଷରୁ ପଦନୀତି ମିଳିଥିବା ବେଳେ ଦଣ୍ଡାବାଡିର ଫରେଷ୍ଟ ପ୍ରସନ୍ନ କୁମାର ସାହୁ ଙ୍କୁ ରାମଗିରି ବନାଂଚଳରେ ରେଞ୍ଜର ଭାବେ ଦାୟତ୍ୱ ତୁଳାଇବେ ଏବଂ ଅନ୍ୟ ଜଣେ ତଥା ହଦଳୀକୁଣ୍ଡ ଫରେଷ୍ଟ  କାର୍ତିକେଶ୍ୱର ଖଣ୍ଡାଇ ଙ୍କୁ ପଦନୀତି ପାଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବନାଂଚଳକୁ ବଦଳୀ ହୋଇଥିବା ନେଇ ଅଫିସ ଲେଟରରେ ଉଲ୍ଲେଖ ରହିଛି । ଦଣ୍ଡାବାଡି ଫରେଷ୍ଟ ପ୍ରସନ୍ନ କୁମାର ସାହୁ ରାମଗିରି ବନାଂଚଳରେ କାର୍ଯ୍ୟରତ ଥିବାରୁ ସେଏ ରେଞ୍ଜର ହେବା ପରେ ଅଚଂଳରେ ରହିଥିବାର ସମସ୍ୟା ଗୁଡିକକୁ ସମାଧାନ କରିବାରେ ସଫଳ ହେବା ସହିତ ବନାଂଚଳର ସମସ୍ତ ଅଚଂଳ ପ୍ରତି ନଜର ରହିବ ବୋଲି ସ୍ଥାନୀୟ  ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ତେବେ ପ୍ରସନ୍ନ ଙ୍କ ପଦନୀତି ପାଇବା ପରେ ରାମଗିରି ରେଞ୍ଜର ହେବା ପରେ ହଳଦୀକୁଣ୍ଡ ଫରେଷ୍ଟଙ୍କ ଠାରୁ ଦାୟତ୍ୱ ନେବେ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ଶୁଣିବାକୁ ମିଳିଛିି ।  ଦୀର୍ଘ ୪ ରୁ ୫ ବର୍ଷ ପରେ ରାମଗିରି ବନାଂଚଳ ରେ ସ୍ଥାୟୀ ରେଞ୍ଜର ଭାବେ କେହିଁ ମଧ୍ୟ ବଦଳୀ ହୋଇ ଆସୁନଥିବା ବେଳେ ସେହି ସମୟରେ ଅନ୍ୟ ବନାଂଚଳର ରେଞ୍ଜର ମାନେ ରାମଗିରି ରେଞ୍ଜର ଭାବେ ଦାୟତ୍ୱ ତୁଳାଉଥିଲେ । ତେବେ ଶୁଣିବାକୁ ମିଳୁଛି ଯେ ରାମଗିରି ବନାଂଚଳରେ ରେଞ୍ଜର ହେବା ପାଇଁ ଅନ୍ୟ କିଛି କର୍ମଚାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦତା ଆରମ୍ଭ ହୋଇଥିବା ବେଳେ କିଏ ବରିଷ୍ଟ ଅଧିକାରୀଙ୍କ ସରଣ ନେଉଛୁ ତ କିଏ ମନ୍ତ୍ରୀ , ବିଧାୟକଙ୍କ ସରଣ ନେଉଛନ୍ତି ବୋଲି ଆଲୋଚନା ଏବେ ଜୋର ଧରିଥିବାର ଶୁଣିବାକୁ ମିଳେ ।

ଏବେ ଦେଖିବାକୁ ବାକି ରହିଲା ବନବିଭାଗର ଅର୍ଡର ଅନୁସାରେ ପ୍ରସନ୍ନ ରାମଗିରି ରେଞ୍ଜର ଭାବେ ଦାୟତ୍ୱ ନେବେ ନା  କିଛି ପ୍ରତିଦ୍ୱନ୍ଦଙ୍କ ମୋଟାଅଙ୍କ  କାରବାର ଆଗରେ ପୁଣିଥରେ ବଦଳୀ ତାଲିକା ପ୍ରକାଶ ପାଇବ କି..? । ତେବେ ଏ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହସ୍ତର୍ଗତ କରିବା ଉଦେଶ୍ୟ ନେଇ  କୋରାପୁଟ ସ୍ଥିତ ଏ ସି ଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଠିଆ ଓ ଜୟପୁର ଡିଏଫଓ ଏନଏସ.ଜେପି ସିଂ ଙ୍କୁ ଘଟଣା ବିଷୟରେ ବୁଝିବା ପାଇଁ ଫୋନ ଲଗାଇଥିଲେ ମଧ୍ୟ ଦୁହେିଁଙ୍କ ଫୋନ ନ ଲାଗିବାରୁ ମତାମତ ନେବା ସମ୍ଭବପର ହୋଇପାରିନାହିଁ । ରାଜ୍ୟସରକାର ଓ ବନବିଭାର ର ବରିଷ୍ଟ ଅଧିକାରୀ ମାନେ ଏହି ଘଟଣା ପ୍ରତି ଟିକେ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି ।

Exit mobile version