Home ଓଡ଼ିଶା ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଉଦ୍ଘାଟନୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଭୁବନେଶ୍ୱର କୁ ଭାରତର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାକୁ ଶପଥ ନେବା : ବାଚସ୍ପତି ଡ. ପାତ୍ର ‘ରାଜଧାନୀ ଗୌରବ ସମ୍ମାନ-୨୦୨୨’ 1. ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କଲେ ବାଚସ୍ପତି ଡ. ପାତ୍ର 2. ୧୩ ଜଣ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ-୨୦୨୨ ପ୍ରଦାନ 3. ଓଡ଼ିଶା ବିଧାନସଭାର ମାସିକ ପତି୍ରକା ‘ବିଧାନସଭା ସମାଚାର’ର ଶୁଭ ଉନ୍ମୋଚନ 4. ୩ ଦିନ ଧରି ଅନୁଷ୍ଠିତ ହେବ ରାଜଧାନୀ ମହୋତ୍ସବ ଓଡ଼ିଶା ତାଜା ନ୍ୟୁଜ୍ (୧୩,ଏପ୍ରିଲ ବୁଧବାର ) ଭୁବନେଶ୍ୱର :- ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ସକାଳେ ଓଡ଼ିଶା ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ବାଚସ୍ପତି ଡ. ପାତ୍ର କହିଲେ ଯେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ତା’ ପରେ ତତ୍କାଳୀନ ରାଜନେତାମାନେ ଓଡ଼ିଶାର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କଲେ । ଡ. ହରେକୃଷ୍ଣ ମହତାବ ଏବଂ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ୧୯୪୮ ମସିହା ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା ା ଭାରତବର୍ଷ ସ୍ୱାଧୀନତା ଲାଭକଲା ପରେ ଦୁଇଟି ରାଜ୍ୟର ରାଜଧାନୀ ପ୍ରତିଷ୍ଠା ହୋଇଥିଲା । ଗୋଟିଏ ଆମ ଭୁବନେଶ୍ୱର ଏବଂ ଅନ୍ୟଟି ଚଣ୍ଡିଗଡ଼ । ପ୍ରତିଷ୍ଠା ସମୟରେ ଭୁବନେଶ୍ୱରର ଜନସଂଖ୍ୟା ମାତ୍ର ୧୪ ହଜାର ଥିଲା । ବର୍ତ୍ତମାନ ଭୁବନେଶ୍ୱରରେ ସ୍ଥାୟୀ ଜନସଂଖ୍ୟା ୧୪ ଲକ୍ଷରେ ପହଞ୍ଚିଛି । ଭୁବନେଶ୍ୱରରେ ସମସ୍ତ ମୌଳିକ ସୁବିଧା ହାତପାଆନ୍ତାରେ ଉପଲବ୍ଧ । ତେଣୁ ଆଗାମୀ ବର୍ଷମାନଙ୍କରେ ଏହାର ଜନସଂଖ୍ୟା ୨ରୁ ୩ କୋଟିରେ ପହଞ୍ଚି ଏହାର କଳେବର କୋଲକାତାଠାରୁ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଣୁ ଆମେ ସମସ୍ତେ ମିଳିମିଶି ଭୁବନେଶ୍ୱରକୁ ଭାରତର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାକୁ ଶପଥ ନେବା ବୋଲି ବାଚସ୍ପତି ଡ. ପାତ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବରିଷ୍ଠ ବିଧାୟକ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଏବଂ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଭୁବନେଶ୍ୱର- କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ । ଅତିଥିମାନେ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଭୁବନେଶ୍ୱରକୁ ଅଧିକ ସରସସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଭୁବନେଶ୍ୱର ଆଜି ସାରା ବିଶ୍ୱରେ ଏକ ସମନ୍ୱିତ ସହର ଭାବରେ ପରିଚୟ ପାଇଛି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଆସନ୍ତା ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକି । ଭୁବନେଶ୍ୱରର ଉନ୍ନତି ପାଇଁ ପରିକଳ୍ପିତ ଯୋଜନାଗୁଡ଼ିକୁ ଶୀଘ୍ର ଓ ସୁଚାରୁ ରୂପେ ଶେଷ କରି ଏହାକୁ ବିଶ୍ୱର ଏକ ପ୍ରତିଷ୍ଠିତ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କର ଏକାନ୍ତ କାମ୍ୟ ହେବା ଉଚିତ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଆଇନଜୀବୀ ଡ. ମଧୁମାଧବ ଜେନା, ସମାଜସେବୀ ଶ୍ରୀ ନୀଳମଣି ମିଶ୍ର, ଶିଳ୍ପପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି, କୋଭିଡ୍ ଯୋଦ୍ଧା ଡାକ୍ତର ସଂଘମିତ୍ରା ପତି, କୋଭିଡ୍ ଯୋଦ୍ଧା ଶୁଭେନ୍ଦୁ କୁମାର ସାହୁ, ବୈଜ୍ଞାନିକ ଡାକ୍ତର ଅଜୟ ପରିଡ଼ା, ଡାକ୍ତର ଅଶୋକ ନନ୍ଦ, ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଟ୍ରାଫିକ୍ କନଷ୍ଟବଳ ଶେଷଦେବ ସାହୁ, ଡାକ ପିଅନ ବିପ୍ଳବ ରଞ୍ଜନ ମଲ୍ଲିକ, କ୍ରୀଡ଼ାବିତ୍ ସୁଶ୍ରୀ ଦୀପ୍ଗ୍ରେସ୍ ଏMା, ସେବିକା ଶ୍ରୀମତୀ ହାରାମଣି ଦାଶ ଓ ସଫେଇ କର୍ମଚାରୀ ଶ୍ରୀମତୀ ସୁଷମା ଦେଈ । ଏହି ଉତ୍ସବରେ ପ୍ୟାରେଡ୍ କମାଣ୍ଡର ଶ୍ରୀମତୀ ସୁଷମା ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ଓ ଅନୁଷ୍ଠାନର ୬୮ଟି ପ୍ଲାଟୁନ ରାଜ୍ୟସ୍ତରୀୟ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସ୍କେଟିଂ ଏକାଡେମୀ, କଳିଙ୍ଗ ଷ୍ଟାଡିୟମ୍ ଏବଂ ମହର୍ଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଓଡ଼ିଶା ବିଧାନସଭାର ମାସିକ ପତି୍ରକା ‘ବିଧାନସଭା ସମାଚାର’ର ଶୁଭ ଉନ୍ମୋଚନ କରାଯାଇଥିଲା । ଯାଜପୁରରୁ ଭୁବନେଶ୍ୱର ପଦଯାତ୍ରା କରିଥିବା ଶ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଦେଇଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, କମିଟିର ସାଧାରଣ ସଂପାଦକ ସନତ ମିଶ୍ର ଏବଂ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରକାଶ ଥାଉ କି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ୧୩ ତାରିଖ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ସାଧାରଣ ସଭା ସମେତ ୧୩ରୁ ୧୫ ତାରିଖ ୩ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । Categories: ଓଡ଼ିଶା, ମହାନଗର, ହୋମ୍ Related Content ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026 କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର by Proprietor Abhimanyu Maharana October 11, 2026 ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026