ଓଡ଼ିଶା ତାଜା ନ୍ୟୁଜ୍ (୧୩,ଏପ୍ରିଲ ବୁଧବାର ) ବୈପାରିଗୁଡା :- ଅସହାୟ ଗରିବ ଶ୍ରେଣୀର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଟୁଇଟର ମାଧ୍ୟମରେ ସଂଘଷ ଜାରୀ ରଖିଛନ୍ତି ବୈପାରିଗୁଡା ବ୍ଲକର ଦଣ୍ଡାବାଡି ପଞ୍ଚାୟତର ପଣସପୁଟ ଗ୍ରାମ ଟ୍ବିଟ୍ ବୟ ବିଜୟ ଖରା ! ସକାଳୁ ହେବା ମାତ୍ର ହାତରେ ଫୋନ ଧରି ସମସ୍ତ ପେପର ଦେଖିବା ସହିତ ଯେଉଁ ମାନେ ସରକାରୀ ସୁବିଧାରୁ ବଂଚିତ ହୋଇଛନ୍ତି ସେହି ଖବର କୁ ଟ୍ବିଟ୍ କରି ସରକାରଙ୍କ ନଜର କୁ ନେଇଥାନ୍ତି !

ତାଙ୍କ ପାଇଁ ଅନେକ ଲୋକେ ଉପକୁତ ହେବା ସହିତ ସରକାରୀ ଯୋଜନାରେ ଲାଭ ମଧ୍ୟ ଉଠାଇ ପାରିବା ରେ ସକ୍ଷମ ହୋଇଛନ୍ତି ! ଓଡିଶାର ବିଭିନ୍ନ ସ୍ଥାନ ର ଯୁବକଯୁବତୀ ମାନଙ୍କୁ ନେଇ ପୁରୀ ଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ କୋରାପୁଟ ଜିଲ୍ଲା ପକ୍ଷରୁ ବୈପାରିଗୁଡା ବ୍ଲକର ବିଜୟ ଖରା ମନନୀୟ ହୋଇଥିଲେ !
