ନୟାଗଡ ଟାଉନ ଥାନା ପୋଲିସ ପକ୍ଷରୁ ଡକାୟତି ଚଢ଼ାଉ ରେ ୪ ଗିରଫ 

ଓଡ଼ିଶା ତାଜା ନ୍ୟୁଜ୍ (୧,ଏପ୍ରିଲ ମଙ୍ଗଳବାର ) ଗତ କାଲି ରାତି ରେ ଟାଉନ ଥାନା ପୋଲିସ ପକ୍ଷରୁ ଏକ ଡକାୟତି ଚଢ଼ାଉ କରାଯାଇଛି । ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ୪ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରିମିତା ଦାସ ଓ ଅନ୍ୟ ପୋଲିସ ଅଧିକାରୀ ଅଚାନକ ଚଢ଼ାଉ କରି 

 ୪ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଭୁଜାଲି ,ସ୍କ୍ରୁ  ଡ୍ରାଇଭର , ବନ୍ଧୁକ ଏକ ଗ୍ଲାମର୍ ବାଇକ୍ ଜବତ କରିଥିବା ଜଣାପଡ଼ିଛି  । ଗତ ରାତିରେ ଅଭିଯୁକ୍ତ ମାନଙ୍କ ନାମରେ ୩୯୯/୪୦୨ ଆଇପିସି ଧାରା ଅନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।

Exit mobile version