ମିଛ କେସରେ ପୋଲିସ କୁ ଘେରିବା ପଡ଼ିଲା ମହଙ୍ଗା 

ଓଡ଼ିଶା ତାଜା ନ୍ୟୁଜ୍ (୧,ଏପ୍ରିଲ ମଙ୍ଗଳବାର ) ଚାନ୍ଦପୁର :- ବିଗତ କିଛି ଦିନ ତଳେ ରାଜଜଙ୍କିଆର ଆତ୍ମହତ୍ୟା ଘଟଣା କୁ ମର୍ଡର କେସର ରୂପ ଦେଉଥିବା କେତେକ ଅସାମାଜିକ ଲୋକ ମାନଙ୍କୁ ଗିରଫ କରୁଛି ଚାନ୍ଦପୁର ପୋଲିସ୍ । ପୂର୍ବରୁ ଚାନ୍ଦପୁର ପୋଲିସ୍ ଜଙ୍କିଆ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯକ୍ତଙ୍କୁ  ପୋଲିସ ଗିରଫ କରିଆସୁଥିଲା । ତେବେ ଆତ୍ମହତ୍ୟା କୁ ନେଇ ରାଜନୀତି କରୁଥିବା ବେଳେ ଚାନ୍ଦପୁର ପୋଲିସ ଙ୍କୁ ଘେରିବା ସେମାନଙ୍କୁ ମହଙ୍ଗା ପଡ଼ିଥିବା ଦେଖିବାକୁ ମିଳିଛି ।

ପୋଲିସ କହିବାନୁସାରେ କିଛି ଖଣି ମାଫିଆ ମାନେ ଏହି ମାମଲା କୁ ଏକ ଭିନ୍ନ ରୂପରେଖ ଦେଇ ପୋଲିସ କୁ ଟାର୍ଗେଟ କରିଛନ୍ତି । ରାଜ ଜଙ୍କିଆ ଗ୍ରାମରେ କିଛି ଲୋକଙ୍କୁ ପୋଲିସ ବିରୁଧରେ ଉତ୍ତେଜନା ସୃଷ୍ଟି କରାଇ ପୋଲିସ ଥାନା ଘେରାଉ କରିଥିଲେ , ଯାହାକୁ ନେଇ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ କୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରୁଥିବା କଥା ଜଣାଯାଉଛି ।

ଆଜି ଚାନ୍ଦପୁର ପୋଲିସ ରାଜ ଜଙ୍କିଆ ଗ୍ରାମ ର ଗଣେଶ୍ୱର ମାନ୍ଧାତା (ଲିଟୁ) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଆଗକୁ ତଦନ୍ତ ଜାରି ରଖି  ଏହି କେସ ରେ ସମ୍ମିଳିତ ଅନ୍ୟ ଆସାମୀ ମାନଙ୍କୁ ଧରିବେ ବୋଲି ଥାନା ଅଧିକାରୀ ମତ ରଖିଛନ୍ତି ।

 

Exit mobile version