ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ : ବ୍ରହ୍ମଗିରିଠାରେ ଏକ ସଚେତନତା ଶିବିର ଆୟୋଜନ କରାଯିବ – ଶ୍ରୀ ଦାସବର୍ମା

ଓଡ଼ିଶା ତାଜା ନ୍ୟୁଜ୍ (୧,ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟ ଯୋଜନା ବୋର୍ଡ ଉ ପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ନେଇ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କ ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ସମ୍ବନ୍ଧରେ ବ୍ୟା ପକ ଜନସଚେତନତା ସୃଷ୍ଟି ଏବଂ ହିତାଧିକାରୀଙ୍କ ନିମନ୍ତେ ଶିବିର ଆୟୋଜନ ପୂର୍ବକ ମିଳୁଥିବା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଚିଲିକା ଉ ପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପାର ̧ରିକ ଡଙ୍ଗାକୁ ମୋଟରଚାଳିତ କରିବା, ପୁରାତନ କାଠଡଙ୍ଗା ବଦଳରେ ନୂତନ ଡଙ୍ଗା ପ୍ରଦାନ ବ୍ୟବସ୍ଥାରେ ଚିଲିକା ମତ୍ସ୍ୟଜୀବୀଙ୍କୁ ପ୍ରାଥମିକତା ଦେବା, ରାଜ୍ୟ ମତ୍ସ୍ୟନୀତି ଅନୁଯାୟୀ ମତ୍ସ୍ୟଜୀବୀଙ୍କୁ ନୂତନ ଡଙ୍ଗା, ଜାଲ କ୍ରୟ ଉ ପରେ ପ୍ରଚଳିତ ରିହାତି ବ୍ୟବସ୍ଥା, ଖାରି ପାଣି ଚିଙ୍ଗୁଡ଼ି ଚାଷ ପାଇଁ େପ୍ରାତ୍ସାହନ ଇତ୍ୟାଦି ବିଷୟରେ ସମୀକ୍ଷା କରାଯାଇଥିଲା । ମତ୍ସ୍ୟଜୀବୀଙ୍କ ଉନ୍ନତି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନେଇ ବ୍ୟା ପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ବାଲୁଗାଁ ଏବଂ ପୁରୀ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟମାନଙ୍କୁ ନେଇ ବ୍ରହ୍ମଗିରିଠାରେ ଏକ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ ।

ସମୀକ୍ଷା ବୈଠକରେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରା ଏବଂ ପ୍ରତା ପ ରଞ୍ଜନ ରାଉତ, ଉ ପନିର୍ଦ୍ଦେଶକ ବସନ୍ତ କୁମାର ଦାସ, ପୁରୀ ଓ ବାଲୁଗାଁର ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବାଲୁଗାଁ, ପୁରୀ ଓ ବ୍ରହ୍ମଗିରି ଅଞ୍ଚଳର ସମସ୍ତ ମତ୍ସ୍ୟ ସମବାୟ ସମିତିର କର୍ମକର୍ତ୍ତା ଏବଂ ବରିଷ୍ଠ ରାଜନେତା ତଥା ସମାଜସେବୀ କେଦାରନାଥ ଜେନା ଉ ପସ୍ଥିତ ଥିଲେ ।

Exit mobile version