ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଯୋଗାଡ଼ କରି ଯୁକ୍ତ ୩ ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଭାଗରେ ଆଡମିଶନ କରାଯାଇଛି : ଏଥିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନ୍ୟାୟ ହୋଇଛି

ନବୀନ ସରକାରରେ ବିଜେବି କଲେଜର ଗରିମାକୁ ନଷ୍ଟ କରାଯାଉଛି- ୟାସିର ନୱାଜ,ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ ,

ଆଡମିସନ ଜାଲିଆତି ପ୍ରତିବାଦରେ ବିଜେବି କଲଜେ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍ (୧,ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର  :- ଭୁବନେଶ୍ୱର ଜିଲ୍ଲା ମଧ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ସାହାରୁଖ ଖାନଙ୍କ ନେତୃତ୍ୱରେ ବିଜେବି ସ୍ୱୟଂଶାସିତ କଲେଜ ଆଡମିସନ ଜାଲିଆତି ପ୍ରତିବାଦରେ ବିଜେବି କଲଜେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏହି ବିକ୍ଷୋଭରେ ଯୋଗଦେଇ କହିଥିଲେ ଯେ ବିଜେବି ସ୍ୱୟଂଶାସିତ କଲେଜ ହେଉଛି ଓଡ଼ିଶାରେ ଶିକ୍ଷାର କୋଣାର୍କ । ସେଠାରେ ହୋଇଥିବା ଆଡମିସନ ଜାଲିଆତି କଲେଜର ଗରିମାକୁ ନଷ୍ଟ କରିଛି । ଏଥିରେ ସାରା ରାଜ୍ୟର ଛାତ୍ରଛାତ୍ରୀ ମର୍ମାହତ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଯୋଗାଡ଼ କରି ଯୁକ୍ତ ୩ ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଭାଗରେ ଆଡମିଶନ କରାଯାଇଛି ।

ଏଥିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନ୍ୟାୟ ହୋଇଛି । ମାନସ ବେଜ ଓ ନିରଞ୍ଜନ ମହାରଣା ନାମକ ଯେଉଁ ଦଲାଲ ଦୁଇଜଣ ଏହି ଆଡମିଶନ ର‌୍ୟାକେଟରେ ସଂପୃକ୍ତ ସେମାନେ ବିଜେଡ଼ି ଦଳର କର୍ମକର୍ତା ଏବଂ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କ ଅତି ଘନିଷ୍ଠ ବୋଲି ସମସ୍ତେ ଜାଣନ୍ତି । ସେମାନଙ୍କୁ ମନ୍ତ୍ରୀ ଶ୍ରୀ ପଣ୍ଡା ସୁରକ୍ଷା ଦେଉଛନ୍ତି ବୋଲି ଆଲୋଚନା ହେଉଛି । ଯଦି ବା ସେମାନଙ୍କୁ ପୋଲିସ୍ ଗିରଫ କରିଛି, ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେବାକୁ ମନ୍ତ୍ରୀଙ୍କ ଆଡ଼ୁ ଚାପ ପଡ଼ୁଛି ବୋଲି ଅଭିଯୋଗ ହେଉଛି । ଭଦ୍ରକ କଲେଜରେ ସେହିଭଳି ଦିବ୍ୟାଙ୍ଗ ମାନଙ୍କର ସାର୍ଟିଫିକେଟକୁ ଜାଲିଆତି କରି ଆଡମିଶନ କରାଯାଇଛି ।

ସେହି ଆଡମିଶନରେ ବିଜେଡି ଦଳର କର୍ମକର୍ତା କଲେଜ କତୃପକ୍ଷ, ଅଧ୍ୟକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ବିଧାୟକଙ୍କର ସଂପୃକ୍ତି ଥିବାବେଳେ ଚକ୍ରାନ୍ତ କରି ସେହି ଘଟଣାକୁ ଚପାଇ ଦିଆଯାଇଛି । ସେହିଭଳି ବିଜେବି କଲେଜରେ ତଦନ୍ତ ଭାର ଅଧ୍ୟକ୍ଷ ନେଇଛନ୍ତି । ଅଧ୍ୟକ୍ଷ, କଲେଜ ଆଡମିଶନ ଦାୟୀତ୍ୱରେ ଥିବା କତୃପକ୍ଷ ଏବଂ ଆଡମିଶନ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ବେଳେ ଅଧ୍ୟକ୍ଷଙ୍କ ତଦନ୍ତ ନିରପେକ୍ଷ ରହିବ ନାହିଁ । ଏଣୁ ଏହାର ବିଚାରବିଭାଗୀୟ ତଦନ୍ତ ହେବାସହ ତଦନ୍ତ ପରିସରକୁ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଆଣିବାପାଇଁ ଛାତ୍ର କଂଗ୍ରେସ ଦାବି କରୁଛି ।

କାରଣ ସାରା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜରେ ଏହିଭଳି ଆଡମିଶନ ଜାଲିଆତି ଚାଲୁଥିଲା ବେଳେ ଓଡ଼ିଶା ସରକାରଙ୍କର ଶିକ୍ଷାବିଭାଗ ଶୋଇପଡ଼ିଛି ଅଥବା ସେମାନଙ୍କ ଜାଣନ୍ତରେ ଏ କାର୍ଯ୍ୟ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ରଜତ ଚୌଧୁରୀ, ନିହାର ବେହେରା, ନଳିନୀକାନ୍ତ ନାୟକ, ଭୁବନେଶ୍ୱର ଜିଲ୍ଳା ଛାତ୍ର କଂଗ୍ରେସ ସଭାପତି ଜଗଦିଶ ଗଜେନ୍ଦ୍ର, ବିଶ୍ୱଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ନିତେଶ ବେହେରା, ଉଦିତ ପ୍ରଧାନ, ନିଆଜୁଲ ଇସଲାମ, ଖିରୋଜ ଖାନ, ଚନ୍ଦନ ସାହୁ, ସର୍ଫରାଜ, ସୁମନ୍ତ ବେହେରା, ଆରିୟାନ ସାସମଲ, ରାଜଲକ୍ଷ୍ମୀ ସାହୁ, ପ୍ରମୋଦିନୀ ସାହୁ, ବିଶ୍ୱଜିତ ସାହୁ, ପିଙ୍କୁ ପ୍ରଧାନ, ସୈଫଅଲ୍ଲି ଖାନ, ରିଆଜ ଉଦ୍ଦିନ, ଇର୍‌ସାଦ ପ୍ରମୁଖ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଓ କର୍ମକର୍ତା ଅଂଶଗ୍ରହଣ କରିଥିଲେ ।

Exit mobile version