ବ୍ଯଙ୍ଗକବି ଧର୍ମଛଡା ପାଇଲେ “ଉତ୍କଳ ରତ୍ନ ବ୍ଯଙ୍ଗ ସାହିତ୍ୟ ପ୍ରତିଭା ସମ୍ମାନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ,ଏପ୍ରିଲ ସୋମବାର ) କଟକ :- ନୀଳଶୈଳ ତଥା ବିଶ୍ବ ଓଡ଼ିଆ ସମ୍ମିଳନୀର ସାଧାରଣ ସମ୍ପାଦକ ବିଶିଷ୍ଟ ବ୍ଯଙ୍ଗକବି ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଧର୍ମଛଡା)ଙ୍କୁ ରାଉରକେଲାର ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ ପକ୍ଷରୁ ବ୍ଯଙ୍ଗ ସାହିତ୍ୟରେ ଦକ୍ଷତା ପାଇଁ “ଉତ୍କଳ ରତ୍ନ ବ୍ଯଙ୍ଗ ସାହିତ୍ୟ ପ୍ରତିଭା ସମ୍ମାନ”ରେ ସମ୍ମାନିତ କରାଯାଇଛି ।

ରାଉରକେଲା ସେକ୍ଟର ୨ ସ୍ଥିତ ସେହେନାଇ ମଣ୍ଡପଠାରେ ଆୟୋଜିତ ଭବ୍ଯ ସମାରୋହରେ ହାପି ମୋମେଣ୍ଟସ୍ ଇଣ୍ଡିଆର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ,

ସମ୍ମାନିତ ଅତିଥି ଗୋପୀନାଥ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବରେଣ୍ଯ ଅତିଥି ବୃନ୍ଦ ବ୍ଯଙ୍ଗ ସାହିତ୍ୟରେ ଦକ୍ଷତା ପାଇଁ ବ୍ଯଙ୍ଗକବି ଧର୍ମଛଡାଙ୍କୁ ଉପଢୌକନ , ସମ୍ବର୍ଦ୍ଧନା ଫଳକ , ମାନପତ୍ର ଏବଂ ପୁଷ୍ପ ଗୁଛ ଦେଇ ସମ୍ମାନିତ କରିଥିଲେ । ପ୍ରକାଶ ଥାଉକି ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ରତିଭା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ବିଶେଷ କରି ସେବା,

ସାହିତ୍ୟ, କଳା, ଶିକ୍ଷା, ସଂସ୍କୃତି, କ୍ରୀଡା, ସ୍ବାସ୍ଥ୍ୟ, ଭଳି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତଥା ଓଡିଶାକୁ ଗର୍ବିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି “ଉତ୍କଳ ରତ୍ନ ପ୍ରତିଭା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version