ବୈପାରିଗୁଡା ଗ୍ରାମରେ ଦଣ୍ଡନାଚ ଅନୁଷ୍ଟିତ : ହଜାର ହଜାର ଭକ୍ତଙ୍କ ସମାଗମ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ,ଏପ୍ରିଲ ସୋମବାର ) ବୈପାରିଗୁଡା :- ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ପାଇଁ ଦଣ୍ଡଯାତ୍ରା ବନ୍ଦ ରହିଥିବା ଫଳରେ ବୈପାରିଗୁଡା ଗ୍ରାମକୁ ଦଣ୍ଡନାଚ ଆସିନଥିବା ବେଳେ ଚଳିତ ବର୍ଷ ମହାକାଳୀଙ୍କ ଦଣ୍ଡ ଯାତ୍ରା ବୈପାରିଗୁଡା ଠାରେ ଅନୁଷ୍ଟିତ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଭକ୍ତ ଆସିବା ସହ ବୈପାରିଗୁଡା ସହର ଉତ୍ସବମୁଖର ହୋଇପଡିଛି । 

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ବୈପାରିଗୁଡା ଗ୍ରାମରେ ମଧ୍ୟ ଏହି ଦଣ୍ଡବାଲାଙ୍କ ଦ୍ୱାରା ଦଣ୍ଡ ମହାକାଳିଙ୍କ ଦଣ୍ଡଯାତ୍ରା ଅନୁଷ୍ଟିତ ହୋଇଯାଇଛି । ବୈପାରିଗୁଡା ଦଣ୍ଡକାଳୀ ପୂଜା କମିଟି ପକ୍ଷରୁ ବୈପାରିଗୁଡାର କାଠମିଲ ସାହି ସ୍ଥିତ ଦୁର୍ଗା ମନ୍ଦିର ପରିସର ଭିତରେ ମାଲକାନଗିରି ଜିଲ୍ଲାର ବାଲିମେଳା ଦଣ୍ଡ ଦଳ ପକ୍ଷରୁ ଦିନତମାମ ଧୂଳି ଦଣ୍ଡ , ବାଲି ଦଣ୍ଡ ,  ପାଣି ଦଣ୍ଡ ଚାଲିଥିବା ବେଳେ ମାନସିକଧାରୀ ମାନେ ଏହି ଯାତ୍ରାରେ ସାମିଲ ହୋଇଥିଲେ ।

ଦଣ୍ଡ ଖେଳ ପରେ ମାଁ ଦଣ୍ଡକାଳୀ ବୈପାରିଗୁଡା ସହର ପରିକ୍ରମା କରିଥିଲେ । ସଂନ୍ଧ୍ୟା ସମୟରେ ମାଁ କାଳୀଙ୍କ ସଂନ୍ଧ୍ୟା ଆଳତୀ ଶ୍ରଦ୍ଧାଳୁମାନଙ୍କ ଏକ ଭାବାତକ ଆଧ୍ୟାତିକ ପରିବେଶରେ ବାନ୍ଧି ରଖିଥିଲା । ଆଳତୀ ଶେଷ ହେବା ପରେ ଶିବ ଓ କାଳୀଙ୍କ ମହାମିଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଶେଷରେ ଦଣ୍ଡ ଦଳ ପକ୍ଷରୁ ମନୋରଞ୍ଜନ ନିମେନ୍ତ ସାମାଜିକ ନାଟକମାନ ପରିବେଷଣ ହୋଇଥିଲା । ଦଣ୍ଡ ଦେଖିବା ପାଇଁ ଆଖପାଖ ଗ୍ରାମରୁ ବହୁ ଜଦସାଧାରଣଙ୍କ ପ୍ରବଳ ଜନସମାଗମ ହୋଇଥିଲା ।

Exit mobile version