ଧକ୍କା ଟ୍ରାକ୍ଟର ୩ ମଈଁସି ମୁତ : ଲୋକଙ୍କ ଗହଳି ଦେଖି ରାସ୍ତା ତଳକୁ ଖସି ଗଲା ବସ 

ଓଡ଼ିଶା ତାଜା ନ୍ୟୁଜ୍ (୧୧ ,ଏପ୍ରିଲ ସୋମବାର ) ବୈପାରିଗୁଡା :- ଜୟପୁର ଠାରୁ ବୈପାରିଗୁଡା ବ୍ଲକର କାଠପଡା ଗ୍ରାମକୁ କାମ ରେ ନିୟୋଜିତ ହେବା ପାଇଁ ଏକ ଟ୍ରାକ୍ଟର ଯାଉଥିବା ସମୟରେ ରାଞ୍ଚି ବିଜୟଓ୍ବାର୍ଡା ଜାତୀୟ ରାଜପଥର ବୈପାରିଗୁଡା ଥାନା ଅନ୍ତର୍ଗତ ଗୌଡଗୁଡା ଛକରେ ୩ ଗୋଟି ମଈଁସି କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳ ହିଁ ମଈଁସି ଯାକ ମୁତୁବରଣ କରିଥିବାର ଜଣାପଡିଛି ! ତେବେ ଦୁର୍ଘଟଣା ସ୍ଥାନରେ ଲୋକେ ରୁଣ୍ଡ ହୋଇଥିବା ସମୟରେ

ଜୟପୁର ପଟ ରୁ ଏକ ଘରୋଇ ଯାତ୍ରୀବାହି ବସ ହାଇଦ୍ରାବାଦ ଯାଉଥିବା ବେଳେ ଲୋକଙ୍କୁ ଦେଖି  ଗାଡି ଡ୍ରାଇଭର ବେକ୍ ମାରିଥିବା ବେଳେ ଗାଡିର ବେକ୍ ଫିଏଲ ହୋଇଥିବାରୁ ଗାଡି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ମାଟିରେ ଗାଡି ଲାଗିଯାଇ ଥିବାର ଦେଖିବାକୁ ମିଳିଛି ! କହିବାକୁ ଗଲେ କୌଣସି ଯାତ୍ରୀର କିଛି ଅସୁବିଧା ହୋଇନାହିଁ ! କହିବାକୁ ଗଲେ ବସ ଟି ଅଳ୍ପ ମାତ୍ରାରେ ଦୁର୍ଘଟଣା ରୁ ବର୍ତ୍ତି ଯାଇଛି ! ଘଟଣା ସ୍ଥଳରେ ବୈପାରିଗୁଡା ପୋଲିସ ପହଂଚି ଘଟଣାର ତଦନ୍ତ କରୁଥିବାର ଜଣାଯାଇଛି !

Exit mobile version