ନୀଳଗିରି ଥାନା ପୋଲିସର ଅମାନବୀୟ କାର୍ଯ୍ୟ ବିରୋଧରେ ପ୍ରେସ ଆସୋସିଏସନର କଳାବ୍ୟାଚ ପରିଧାନ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ରବିବାର ) କଳାହାଣ୍ଡି :- କନକ ଟିଭି ଚ୍ୟାନେଲର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ ପ୍ରତି ବାଲେଶ୍ଵର ଜିଲ୍ଲାର ନୀଳଗିରି ଥାନା ପୋଲିସର ଅମାନବୀୟ ନିର୍ଯ୍ୟାତନା ପ୍ରତିବାଦରେ ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ କଳାବ୍ୟାଚ ପରିଧାନ କରି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏଥିରେ ନର୍ଲା ପ୍ରେସ ଆସୋସିଏସନ ସଭାପତି ଦୀପକ ଠାକୁର, ସାମ୍ବାଦିକ ଭିକାରୀ ଗଉଡ, ତ୍ରିଲୋଚନ ଗଉଡ, ସୁଶାନ୍ତ କୁମାର ଚାନ୍ଦ, ମନୋଜ ଷଡଙ୍ଗୀ,

ଅଜୟ ସେନାପତି, ସଞ୍ଜିବ କୁମାର ଦାସ, ପ୍ରଦୀପ କୁମାର ଗଉଡ, ନୀଳକଣ୍ଠ ବେହେରା,ନିରଞ୍ଜନ  ଗଉଡ, ଶୁଭମ ରୋହିଲା, ସନ୍ତୋଷ ପାତ୍ର, ଜଗତରାମ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସାମ୍ବାଦିକ ଗୋଡ଼ରେ ବେଡ଼ି ପକାଇବା ଘଟଣାର ନିନ୍ଦା ଉପସ୍ଥିତ ସାମ୍ବାଦିକମାନେ ତୀବ୍ର ନିନ୍ଦା କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିବା ଦାବିରେ କଳାବ୍ୟାଚ ପରିଧାନ କରିଥିଲେ।

Exit mobile version