ଅସ୍ୱାଭାବିକ ଋତୁସ୍ରାବ କ’ଣ ଓ ଏହା କାହିଁକି ହୁଏ ..?

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ରବିବାର ) ଭଗବାନ ଙ୍କର ଏହି ସଂସାର ରେ ମହିଳା ମାନଙ୍କୁ ସେ ଭିନ୍ନ ଢଙ୍ଗରେ ଗଢିଛନ୍ତି । ମହିଳାଙ୍କ ପାଖରେ ଅନ୍ୟ ଏକ ଜୀଵନ କୁ ଏହି ଦୁନିଆଁ କୁ ଆଣିବାର କ୍ଷମତା ରହିଛି । ଯାହାକି ଜଣେ ମହିଳା ଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ବୟସ ରେ ଏହି କ୍ଷମତା ଆସିଥାଏ । ଯାହାକୁ ମାସିକ ଋତୁସ୍ରାବ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ସବିଶେଷ ତଥ୍ୟ =

ମାସିକ ଋତୁସ୍ରାବ କଣ ଏହା କାହିଁକି ହୋଇଥାଏ :-

ସାଧାରଣ ଭାବରେ କହିବାକୁ ଗଲେ ମାସିକ ଋତୁସ୍ରାବ ମହିଳା ମାନଙ୍କ ର ଏକ ପ୍ରାକୃତିକ ଗୁଣ ଅଟେ ଯାହା ଜଣେ ମହିଳାଙ୍କ ର ପ୍ରଜନନ କ୍ଷମତା କୁ ସୂଚାଇ ଥାଏ । ଏହା ପ୍ରାୟ ୧୧ ରୁ ୧୩ ବୟସ ମଧ୍ୟରେ ହୋଇଥାଏ, ମାତ୍ର ବର୍ତ୍ତମାନ ଏହା ପ୍ରାୟ ୧୦ ବର୍ଷ ବୟସ ରୁ ମହିଳା ଙ୍କ ପାଖରେ ଦେଖିବାକୁ ମିଳୁଛି । ଏହା ହେବା ଦ୍ବାରା ଝିଅ ଟିର ଶରୀରରେ କେତେକ ପରିବର୍ତ୍ତନ ଦେଖାଯାଏ ଯେପରି କି ମୋଟା ହୋଇଯିବା । ବୈଜ୍ଞାନିକ ଭାଷାରେ, ଝିଅ ମାନଙ୍କ ଶରୀର ରେ ହରମୋନ ର ପରିବର୍ତ୍ତନ ହେଲେ ଋତୁସ୍ରାବ ହୋଇଥାଏ ।

ଋତୁସ୍ରାବ ରେ ଅନିୟମିତତା ର କାରଣ :-

ଝିଅ ମାନଙ୍କ ର ଶରୀରରେ ପିଟୁଇଟାରୀ ଓ ହାଇପୋଥାଲାମସ୍ ହରମୋନ ର କ୍ଷରଣ ଏବଂ ଚକ୍ର ଦ୍ବାରା ମହିଳାଙ୍କ ର ପିରିୟଡ୍ସ ହୋଇଥାଏ । ମାତ୍ର ଯେତେବେଳେ ଆପଣଙ୍କ ର ପିରିୟଡ୍ସ ରେ ଅନିୟମିତତା ଦେଖାଯାଏ । ତା ପଛରେ କେତେକ

କାରଣ ରହିଥାଏ ଯେପରି କି :-

୧.ମହିଳା ମାନଙ୍କ ର ଖାଦ୍ୟ, ଶୋଇବା ଏବଂ ବ୍ୟାୟମ ର ପ୍ରଭାବରୁ
୨.ଶରୀରରେ ହରମୋନ ର ପରିବର୍ତ୍ତନ
୩.ମାନସିକ ଚାପ ଏବଂ ଏନଯାଇଟି

ପିରିୟଡ୍ସ ସମୟରେ ପେଟ ବ୍ୟଥା ହେବାର କାରଣ :-

ପ୍ରାୟ ଅଧିକାଂଶ ଯୁବତୀ ଙ୍କର ପିରିୟଡ୍ସ ଚାଲିଥିବା ସମୟରେ ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ଯାହାକୁ ଡ଼ିସମେନରିଆ ବୋଲି କୁହାଯାଏ । ଏହା ଦୁଇ ପ୍ରକାର ହୋଇଥାଏ ଯଥା :- ପ୍ରାଇମେରୀ (ପିରିୟଡ୍ସ ପୂର୍ବରୁ ପେଟ ବ୍ୟଥା ହେବା) ଏବଂ ସେକେଣ୍ଡଡାରୀ ଡ଼ିସମେନରିଆ (ଓଭରିରେ ସମସ୍ୟା ହେଲେ ହେବା) । ତେବେ ଯୁବତୀ ମାନ ଙ୍କ ପାଖରେ ପ୍ରାୟ ପ୍ରାଇମେରୀ ଡ଼ିସମେନରିଆ ଦେଖାଯାଇଥାଏ । ତେବେ ଡାକ୍ତର ଙ୍କୁ ପରାମର୍ଶ କରି ଔଷଧ ସେବନ କରିବା ଉଚିତ ।

ପିରିୟଡ୍ସ ସମୟରେ କିପରି ସୁରକ୍ଷିତ ରହିବେ :-

ପିରିୟଡ୍ସ ସମୟରେ ଆପଣ ମାନେ କପଡା ବ୍ୟବହାର କରନ୍ତୁ ନାହିଁ ତା ପରିବର୍ତ୍ତେ ପ୍ୟାଡ଼ ବ୍ୟବହାର କରନ୍ତୁ ଏବଂ ଆବଶ୍ୟକ ଅନୁସାରେ ତାହାକୁ ବଦଳାନ୍ତୁ ମଧ୍ୟ ଗୋଟିଏ ପେଡ ଦିନଯାକ ବ୍ୟବହାର କରିବା ଦ୍ୱାରା ଇଂଫେକସନ ହୋଇଥାଏ । ଏହା ଛଡା ଯୌନାଙ୍ଗ କୁ ପରିଷ୍କାର ରଖନ୍ତୁ ।

Exit mobile version