
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ରବିବାର ) ଓଡ଼ଗାଁ :- ଓଡଗାଁ ଶ୍ରୀରଘୁନାଥ ଜନ୍ମନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ , ସୀତା ବିବାହ ଦିନ ସନ୍ଧ୍ୟା ୬ଟା ଠାରୁ ରାତି ୨ଟା ପର୍ୟ୍ୟନ୍ତ ଏବଂ ଅନ୍ୟ ଦିନ ମାନଙ୍କରେ ରାତି ୧୦ଟା ପର୍ୟ୍ୟନ୍ତ ସର୍ବ ସାଧାରଣ ଠାକୁରଙ୍କୁ ଦର୍ଶନ କରିପାରିବେ । ପ୍ରଭୁ ଶ୍ରୀରଘୁନାଥଙ୍କ ବନକଲାଗି ପରେ ଶନିବାରଦିନ ଚୈତ୍ର ଶୁକ୍ଳପକ୍ଷ ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ନବଯୌବନ ବେଶ ଦିର୍ଘ ୨ବର୍ଷ ଅନ୍ତରରେ ଦର୍ଶନ କରି ଶ୍ରଦ୍ଧାଳୁମାନେ ପରମ ଆନନ୍ଦ ଲାଭ କରିଥିବା ଦେଖିବାକୁ ମିଳିଥିଲା ।

