
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ରବିବାର ) ଭୁବନେଶ୍ୱର :- ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ଦିବସରେ କଳାକାରଙ୍କ ନୃତ୍ୟ ବିମୋହିତ କରିଥିଲା । ଏଥିରେ ପ୍ରଥମେ ତ୍ରୀଧାରା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ । ପରେ କଟକ କଳାବିକାଶ କେନ୍ଦ୍ର ପକ୍ଷରୁ ନୃତ୍ୟ, ମୟୁରଭଞ୍ଜର ଛଉ ନୃତ୍ୟ, କଳାହାଣ୍ଡି କେସିଙ୍ଗାର ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋକ ନୃତ୍ୟ ଓ କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ ପରିଷଦ ପକ୍ଷରୁ କଥକ ନୃତ୍ୟ ପରିବେଷଣ ଚିତାକର୍ଷକ ହୋଇଥିଲା ।

