୧୨୭ ବାଟାଲିୟନ ଦ୍ୱାରା ବିରାତା ଦିବସ ପାଳିତ   

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ରବିବାର ) ବାଲିଗୁଡା :-  କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ  ବିରତା ଦିବସ (ସୌଜ୍ୟ ଦିବସ ) ପାଳନ କରାଯାଇଛି l ଏଥିରେ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ସ୍ମୁତିଚାରଣ କରିଥିଲେ l ୧୯୬୫ ମସିହା ଏପ୍ରିଲ ମାସ ୯ ତାରିଖ ରେ ଗୁଜୁରାଟର କଚ୍ଛ ଜିଲ୍ଲାର ସର୍ଦାର ପୋଷ୍ଟରେ ସିଆରପିଏଫ ର ଦ୍ୱିତୀୟ ବାଟାଲିୟନର ଏକ ଛୋଟ ଦଳ ମୁତୟନ ଥିବା ବେଳେ ପାକିସ୍ତାନର ୩୫୦୦ ସୈନିକ ଥିବା ଏକ ବୃହତ ଦଳ ଆକ୍ରମଣ କରିଥିଲେ l

ସିଆରପିଏଫ ଯବାନମାନେ ସେମାନଙ୍କୁ ମୁକାବିଲା କରିଥିଲେ l ଏଥିରେ ପାକିସ୍ତାନର ୩୪  ଯବାନ ନିହତ ହୋଇଥିବା ବେଳେ ୪ ଜଣ କୁ ଜୀବନ୍ତ କାବୁ କରାଯାଇଥିଲା l ଏଥିରେ ସିଆରପିଏଫ ର ୯  ଜଣ ଯବାନ ସହିଦ ହୋଇଥିଲେ l ସେହିଦିନ ଠାରୁ ଏହି ଦିବସକୁ ସିଆରପିଏଫ ବିରତା ଦିବସ ଭାବେ ପାଳନ କରି ଆସୁଛନ୍ତି l ଏହି ପରିପ୍ରେକ୍ଷୀରେ ପ୍ରାଣବଳୀ  ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ତାପରେ ସୈନିକ ସମ୍ମିଳନୀ କରାଯାଇଥିଲା l

Exit mobile version