କଥା ଦେଇ କଥା ରଖିଲେ ଏନଏସି ର ନୂତନ ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି : କଲ୍ୟାଣୀ ମଣ୍ଡପର ଦୂର କଲେ ପାନୀୟ ଜଳର ସମସ୍ୟା

ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁରର ମା ମଣିନାଗ ମନ୍ଦିର ପ୍ରାଙ୍ଗଣରେ ବିବାହ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲା । ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ରଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ବିନିମୟରେ ଏହି ମଣ୍ଡପର ନିର୍ମାଣ ହୋଇଥିଲା । ରଣପୁରର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ରଙ୍କ ହସ୍ତକ୍ଷେପ ପରେ କଲ୍ୟାଣି ମଣ୍ଡପର ତାଲା ଖୋଲି ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏହି ଦାୟିତ୍ଵ ଭାର ପ୍ରଦାନ କରିଥିଲେ ବୋଲି ଜଣାଯାଇଛି । 

ଗତ କିଛି ଦିନ ପୂର୍ବରୁ ଏହି କଲ୍ୟାଣୀ ମଣ୍ଡପ ଟି ଚାଲୁ କରାଯାଇଥିଲେ ହେଁ ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ବିଚ୍ଛେଦ ହେତୁ ଲୋକ ଅସନ୍ତୋଷ ତଥା ମଣ୍ଡପ ଟି ବ୍ୟବହାର ଯୋଗ୍ୟ ହୋଇନଥିଲା ତେବେ ଏନଏସିର ନୂତନ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଙ୍କ ପ୍ରଚେଷ୍ଟା ରେ ମା ମଣିନାଗ କଲ୍ୟାଣି ମଣ୍ଡପକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବୋର୍ ୱିଲ ଖୋଳାଯାଇଥିବା ଜଣାପଡ଼ିଛି  ।  ଏଥିସହ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ୍ ବିଭାଗକୁ ଅର୍ଥ ଦେବା ସହ ଏକ ଜେନେରେଟରର ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଛନ୍ତି ରଙ୍ଗୀନ ମହାନ୍ତି ।

ଏହା ବ୍ୟତୀତ ଭଙ୍ଗାରୁଜା ହୋଇଥିବା ଝରକା କବାଟ ପୁନଃ ନିର୍ମାଣ କରି ଏହାକୁ ବ୍ୟବସ୍ଥିତ ରୂପ ଦେବେ ବୋଲି ଏନ୍ଏସି ଅଧ୍ୟକ୍ଷା ପ୍ରତିଶୃତି ଦେଇଛନ୍ତି । ତତପରେ ରଣପୁର ମା ମଣିନାଗ ମନ୍ଦିର ଠାରେ ହୋଇଥିବା ବୃହତ୍ ପାଣି ଟାଙ୍କି ରୁ ୯ନଂ ୱାର୍ଡ କୁ ପାଣି ଉଠିବାରେ ବହୁ ଅସୁବିଧା ଦେଖା ଦେଇଥିଲା ତେବେ ଏହା ଉପରେ ୱାର୍ଡବାସୀ ଅଧ୍ୟକ୍ଷାଙ୍କ  ଦୃଷ୍ଟି ଆକର୍ଷଣ କରାଇବା ପରେ ଖୁବଶୀଘ୍ର ନୂତନ ମଟର ଲଗାଇ ପାନୀୟ ଜଳର ସମସ୍ୟା କୁ ଦୂର କରିବେ ବୋଲି ମତ ଦେଇଛନ୍ତି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି । ୯ ନଂ ୱାର୍ଡ ର ସୁଖରେ ଦୁଃଖ ରେ ସାମିଲ ହେବେ ବୋଲି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି ପ୍ରତିଶୃତି  ଦେଇଥିବା ଜଣାଯାଇଛି  ।

 

Exit mobile version