ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) କଳାହାଣ୍ଡି :- ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଏକ ପ୍ରସ୍ତୁତି ବୈଠକ ଆଦିକନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ହନୁମାନ ବିଗ୍ରହ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ମେ ତିନି ତାରିଖରୁ ଛଅ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉତ୍ସବରେ ଅଧିବାସ, ପ୍ରାଣପ୍ରତିଷ୍ଠା ସହିତ ଷୋହଳ ପ୍ରହର ନାମ ଯଜ୍ଞ ହେବାର ନିଷ୍ପତ୍ତି ନିଆଗଲା । ପୁଣି ଏଥିରେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା ।

ଏହି କମିଟିର ସଭାପତି ରୂପେ ମାଧବ ନାଗ ଚୟନ ହୋଇଥିବା ବେଳେ ଉପସଭାପତି ଭାବେ ଜଗଦିଶ ଗଡ଼ତିଆ ସମ୍ପାଦକ ଭାବେ ଭୁବନେଶ୍ବର ସାହୁ ଓ କୋଷାଧ୍ୟକ୍ଷ ରୂପେ ଯୋଗି ସାହୁ ଚୟନ ହୋଇଛନ୍ତି । ସୁବାସ ଅଗ୍ରୱାଲ, ରତନ ଅଗ୍ରୱାଲ, ଶ୍ୟାମସୁନ୍ଦର ଶର୍ମା, ରାଜେଶ ଦତ୍ତା, ଧୀରେନ୍ଦ୍ର ଖେତାନ, କୈଳାସ ଅଗ୍ରୱାଲ, ପ୍ରଫୁଲ୍ଲ ମହାନ୍ତି, ପୁଷ୍ପକ ମହାନ୍ତି, ଭରତ ମହାନ୍ତି ତଥା ରୁପ୍ରାରୋଡ ପଞ୍ଚାୟତର ଅନେକ ଗ୍ରାମରୁ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହି ରୂପରେଖ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଦୀପକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
