
ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଳକ ଦୋରାଗୁଡା ପଂଚାୟତବାସୀଙ୍କ ପକ୍ଷରୁ ଦୋରାଗୁଡା ପଂଚାୟତ କାର୍ଯ୍ୟାଳୟ ଠାରେ ନବନିର୍ବାଚିତ ସମିତିସଭ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତ୍ରିଲୋଚନା ଜେନାଙ୍କୁ ଏକ ବିରାଟ ସଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହିତ ଦୋରାଗୁଡାବାସୀଙ୍କ ପକ୍ଷରୁ ତାଙ୍କୁ କାର୍ଯ୍ୟାଳୟ ଭିତରକୁ ନେବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେ ସମିତିସଭ୍ୟ ଭାବେ ଦୋରାଗୁଡା ଠାରେ ଦାୟିତ୍ୱ ନେବା ପରେ ତାଙ୍କୁ ପଂଚାୟତବାସୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ମାନଙ୍କ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଶୁଭେଚ୍ଛା ମିଳିଥିବାର ଜଣାଯାଇଛି ।

