ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଆଇଡେଷ୍ଟିନି ପକ୍ଷରୁ ୨୦୨୨ ଏପ୍ରିଲ୍ ୮ରେ ଜନପଥ, ସହିଦନଗରରେ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଷ୍ଟୋର ଖୋଲାଯାଇଛି ଯାହା ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଆପଲ୍ ଗ୍ରାହକଙ୍କ ପାଇଁ ଏକ ନୂତନ ଆକର୍ଷଣୀୟ ସ୍ଥାନ ସୃଷ୍ଟି କରିଛି । ଏହି ଷ୍ଟୋର୍ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ତଥା ମଡେଲ୍ ମିସ୍ ଏଲିନା ସାମନ୍ତରାୟଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନିର ନିର୍ଦେଶକ ବିଜୟ ଡୁଗର କହିଛନ୍ତି ଯେ, “ଡେଷ୍ଟିନି ପାଇଁ ଭୁବନେଶ୍ୱରରେ ଏହା ଆମର ଦ୍ୱିତୀୟ ବିକ୍ରି ସ୍ଥଳ । ଆମେ ଗ୍ରାହକ ଅନୁଭୂତି ଉପରେ ଗୁରୁତ୍ୱାରୋପ କରୁଛୁ ଯାହା ଉପଲବ୍ଧତା, ସେବା ପ୍ରଦାନ, ଭରସାଯୋଗ୍ୟତା, ସୁଲଭତା ଓ ପୁରୁଣା ଡିଭାଇସର ଏକ୍ସଚେଂଜ୍ ଦ୍ୱାରା ପରିଚାଳିତ ହେବ ।

ଉଲ୍ଲେଖନୀୟ ସେବା ଏବଂ ବର୍ଷତମାତ ଆକର୍ଷଣୀୟ ସ୍ଥଳ ଖୋଲା ରହୁଥିବା, ଆମେ ଭାବୁଛୁ ଯେ ଭୁବନେଶ୍ୱର ନାଗରିକ ଓ ଆଖପାଖ ସହରର ଲୋକମାନଙ୍କ ପାଇଁ ଆଇଡେଷ୍ଟିନି ପସନ୍ଦର ସ୍ଥଳରେ ପରିଣତ ହେବ ।’’ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନିର ମହାପ୍ରବନ୍ଧକ ସଲିଳ ସିଂହ କହିଛନ୍ତି ଯେ, “ଆଇଡେଷ୍ଟିନିୀ ପକ୍ଷରୁ ବ୍ୟାପକ ବର୍ଗର ଆପଲ୍ ଉତ୍ପାଦ ଓ ଆକ୍ସେସୋରିଜ୍ ପ୍ରଦାନ କରାଯାଉଛି । ବ୍ୟାପକ ବର୍ଗମାଳାରୁ ଗ୍ରାହକମାନଙ୍କୁ ସର୍ବାଧିକ ପାଇବାରେ ସାହାଯ୍ୟ କରିବା ଲାଗି ଏହି ଷ୍ଟୋର୍ରେ ଆକ୍ସେସୋରିଜ୍ର ସର୍ବବୃହତ ରେଂଜ୍ ରହିଛି । ମ୍ୟାକ୍ବୁକ୍ ସ୍ଲିଭ୍ କିମ୍ବା ଆଇପ୍ୟାଡ୍ କେସ୍, ସଦ୍ୟତମ ମ୍ୟାପ୍ ଆକ୍ସେସୋରିଜ୍ କିମ୍ବା ସଦ୍ୟତମ ମ୍ୟୁଜିକ୍ ଆକ୍ସେସୋରିଜ୍ ଆପଣମାନେ ଯାହା ଖୋଜୁଛନ୍ତି, ଏହି ଷ୍ଟୋର୍ରେ ମ୍ୟାକ୍, ଆଇପ୍ୟାଡ୍ ଓ ଆଇଫୋନ୍ ଆକ୍ସେସୋରିଜ୍ର ବୃହତ ଷ୍ଟକ୍ ରହିଛି ।
