
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଆଜିଠୁ ଆରମ୍ଭ ହେଲା ଗର୍ଭଗୃହ ଦର୍ଶନ । ଦୁଇ ବର୍ଷ ପରେ ଭକ୍ତ ମାନେ ଗର୍ଭଗୃରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । କୋଭିଡ କଟକଣା ଯୋଗୁଁ ଆଡ଼କାଠ ନିକଟରୁ ଦର୍ଶନ କରୁଥିଲେ ଭକ୍ତ । ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଭୋର ୫ଟାରୁ ସାଢେ଼ ୫ଟା ମଧ୍ୟରେ ହୋଇଥିଲା ମଙ୍ଗଳ ଆଳତୀ ଓ ଅବକାଶ ନୀତି। ସକାଳ ୯ଟା ୧୫ରୁ ୯ଟା ୪୫ ମଧ୍ୟରେ ସକାଳ ଧୂପ । ଅପରାହ୍ନ ୧୨: ୩୦ ରୁ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୩ଟା ୩୦ ରେ ଆରମ୍ଭ ହେବ ରଥଟଣା ।

