
ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ମେଷ : ବାଣୀ ତଥା ବ୍ୟାବହାର ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଅସୁବିଧାର ସାମନା କରିବାକୁ ପଡ଼ିପାରେ। କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ। କୌଣସି କଥାକୁ ନେଇକରି ଚିନ୍ତିତ ହୋଇପାରନ୍ତି। ଅଚାନକ ହେବାକୁଥିବା ଘଟଣାରେ ନିୟନ୍ତ୍ରଣ ରଖିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ଈଶ୍ଵରଙ୍କର ଆରାଧନା ଏବଂ ଆଧ୍ୟାତ୍ମିକତାରେ ସହାୟତା ମିଳିବ।

