ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ ( ଏପ୍ରିଲ ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡ ରେଳଷ୍ଟେସନରେ ରହି ଆସିଥିବା ଟ୍ରେନ୍ ଗୁଡିକ ଲକଡାଉନ ସମୟରେ ଯାହାକି ୩୦ ଏପ୍ରିଲ ୨୦୨୦ ମସିହାରୁ ବନ୍ଦ ହୋଇ ଯାଇଥିଲା । ତେବେ ଏହାର କିଛି ମାସ ପରେ ପୁଣି ସମସ୍ତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ରୁପ୍ରାରୋଡ ଷ୍ଟେସନରେ ରହି ଆସିଥିବା ଟ୍ରେନ୍ ଗୁଡିକ ଆଉ ରହିଲା ନାହିଁ । ଯାହା ଫଳରେ ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ଏହି ଅସୁବିଧା ଦୂର କରିବା ପାଇଁ ସମଗ୍ର ଅଂଚଳ ବାସୀ ବିଭାଗୀୟ ଅଧିକାରୀମାନଙ୍କୁ ତଥା ରେଳମନ୍ତ୍ରୀ ଓ ସ୍ଥାନୀୟ ନେତାଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ।

ଏହାର କୋୖଣସି ସୁଫଳ ନ ମିଳିବାରୁ ରୁପ୍ରାରୋଡ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆସନ୍ତା ୧୦ ତାରିଖ ଦିନ ରୁପ୍ରାରୋଡ ଠାରେ ରେଳରୋକ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇ ଥିଲେ । ଆନ୍ଦୋଳନର ରୂପରେଖ ପାଇଁ ସ୍ଥାନୀୟ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ସୁବାଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନର୍ଲା ବ୍ଳକର ପ୍ରାୟ ୧୪ଟି ସରପଞ୍ଚ, ୧୪ଟି ସମିତି ସଭ୍ୟ ସହିତ ରାମପୁର ଓ କର୍ଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ସହିତ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ରୁପ୍ରାରୋଡ ସରପଂଚ ହେମନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ଉପଦେଷ୍ଟା ଓମପ୍ରକାଶ ଅଗ୍ରୱାଲ, ଗୋବିନ୍ଦ ଖେତାନ, ରାଜେଶ ଦତ୍ତା, ଅଶୋକ ଅଗ୍ରୱାଲ, ଦିନରାଜ ଅଗ୍ରୱାଲ, ଶାନୁ ଶର୍ମା, ଭାରତୀ ମହାନ୍ତି, ରତନ ଅଗ୍ରୱାଲ, ଧିରେନ ଖେତାନ, ବଣ୍ଟି ଖେତାନଙ୍କ ସହିତ ଅନେକ ଜନସାଧାରଣ ଆଗାମୀ ୧୦ ତାରିଖ ରେଳରୋକ ଆନ୍ଦୋଳନରେ ଯୋଗ ଦେବାକୁ ଏକ ରୂପରେଖ ପ୍ରସ୍ତୁତିରେ ସାମିଲ ହୋଇଥିଲେ । ଏହା ସହ ଏହି ଦିନ ସମସ୍ତ ଦୋକାନ ବଜାର ବନ୍ଦ କରି ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ବାନ କରାଯାଇଥିବା ଜଣାପଡ଼ିଛି । ରେଳ ଧାରଣାରେ ବସି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବା ପାଇଁ ବିଶେଷ ଆଲୋଚନା ହୋଇଥିଲା । ଶେଷରେ ଦିନରାଜ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version