ବିଶ୍ୱରଞ୍ଜନ ୪ନଂ ୱାର୍ଡରୁ ପ୍ରତିଦ୍ବନ୍ଦିତା କରୁଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀଙ୍କୁ ଗୋଟିଏ ଭୋଟରେ ପରାସ୍ତ କରି ବିଜୟ ହୋଇଥିଲେ ।
ଓଡ଼ିଶା ତାଜା ନ୍ୟୁଜ୍ ( ୮ ଏପ୍ରିଲ ଶୁକ୍ରବାର ) ରଣପୁର :- ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରଣପୁର ଏନଏସିର ଉପାଧ୍ୟକ୍ଷ ଭାବେ ଆଜି ବିଶ୍ଵରଞ୍ଜନ ପଟ୍ଟନାୟକ ଏନ୍ଏସି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ରଣପୁର ଏନ୍ଏସି ୧୫ଟି ୱାର୍ଡକୁ ନେଇ ଗଠିତ । ବିଜେଡି ୧୧ଟି ୱାର୍ଡରେ ବିଜୟ ଲାଭ କରିଥିବା ବେଳେ ୨ଟିରେ ବିଜେପି ଓ ୨ଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ସଂଖ୍ୟା ଦୃଷ୍ଟିରୁ ବିଜେଡି ଉପାଧ୍ୟକ୍ଷ ରେସ୍ରେ ଥିଲା । ବିଜେଡିର ୧୧ଜଣ କାଉନସିଲର ମଧ୍ୟରୁ କିଏ ଉପାଧ୍ୟକ୍ଷ ହେବ, ଚର୍ଚ୍ଚା ଚାଲିଥିଲା ।

ଗତକାଲି ବିଜେଡି କାଉନସିଲରମାନେ ପୁରୀରେ ରହି ମାନସମନ୍ଥନ ଚଳାଇଥିଲେ । ଶେଷରେ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ନିଷ୍ପତ୍ତି ସମସ୍ତେ ଗ୍ରହଣ କରିନେଇଥିଲେ । ପୂର୍ବାହ୍ନ ୧୦ଟା ୩୦ରେ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ କେବଳ ବିଶ୍ବରଞ୍ଜନ ହିଁ ଏକମାତ୍ର ଉପାଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ଫଳରେ ବିଶ୍ୱରଞ୍ଜନ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ । ବିଶ୍ୱରଞ୍ଜନ ୪ନଂ ୱାର୍ଡରୁ ପ୍ରତିଦ୍ବନ୍ଦିତା କରୁଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀଙ୍କୁ ଗୋଟିଏ ଭୋଟରେ ପରାସ୍ତ କରି ବିଜୟ ହୋଇଥିଲେ ।
