ଓଡ଼ଗାଁ ଏନ୍.ଏସିରେ ମାଛ ମାର୍କେଟ ଓ ଆଦର୍ଶ ଶ୍ମଶାନ କାର୍ଯ୍ୟ ଶୀଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ – ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶା ତାଜା ନ୍ୟୁଜ୍ ( ଏପ୍ରିଲ ଶୁକ୍ରବାର )  ଓଡ଼ଗାଁ :- ଓଡ଼ଗାଁ ଏନ୍.ଏସିରେ ୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳିରେ ନିର୍ମିତ ହେଉଥିବା ମାଛ ମାର୍କେଟକୁ ଗ୍ରସ୍ତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅଧିକାରୀଙ୍କୁ କହିଛନ୍ତି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ଓଡ଼ଗାଁ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀଙ୍କୁ କାର‌୍ୟ୍ୟ ଶ୍ରୀଘ୍ର ସମ୍ପୂର୍ଣ୍ଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

ମାଛ ମାର୍କେଟରେ ଅତ୍ୟାଧୁନିକ ସେବା ସାଙ୍ଗକୁ ପାଣି ବ୍ୟବସ୍ଥାକୁ ତ୍ଵରାନ୍ବିତ କରାଯିବ । ଏହା ସହିତ ମାର୍କେଟ ଭିତରୁ ନାଳ ବ୍ୟବସ୍ଥା କରାଯାଇ ଅପରିଷ୍କାର ଜଳ ନିଷ୍କାସିତ ହେବ । ସେହିପରି ମାର୍କେଟକୁ ଆସୁଥିବା ଗ୍ରାହକମାନେ ଯେମିତି ପାର୍କିଂ ପାଇଁ କୌଣସି ସମସ୍ୟା ନ ଭୋଗନ୍ତି ସେ ନେଇ ପାର୍କିଂ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାକୁ କହିଥିଲେ । ୭୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ଆଦର୍ଶ ଶ୍ମଶାନ ଗ୍ରସ୍ତ କରି କାର୍ଯ୍ୟର ମାନ ଦେଖିବା ସହ ଶ୍ମଶାନଟିକୁ କିଭଳି ସରସ ସୁନ୍ଦର ଓ ପ୍ରାକୃତିକ ଶୋଭାରାଜି ଦ୍ୱାରା ସବୁଜ ସୁନ୍ଦର କରାଯିବ ଏବଂ ଶ୍ମଶାନ ଯେପରି ଏକ ପାର୍କର ଭ୍ରମ ସୃଷ୍ଟି କରିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ ।

ଶବ ଦାହ କରୁଥିବା ଲୋକମାନଙ୍କ ନିମିତ୍ତ ପୃଥକ ପ୍ରତିକ୍ଷାଳୟ ସମେତ ସ୍ନାନ ନିମନ୍ତେ ଜଳର ମଧ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ସମୀକ୍ଷା ସମୟରେ ମତ୍ସ୍ୟଅଧିକାରୀଙ୍କ ସମେତ ଏନ୍.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଜେନା, ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ଶେଖର,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ,ଆତ୍ମା କମିଟି ସଭାପତି ନିତ୍ୟାନନ୍ଦ ପ୍ରଧାନ, ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version