ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ଅମିତା ପରିଡ଼ା ଙ୍କ ପ୍ରଚେଷ୍ଟା ଯୋଗୁଁ ଖାଲ ମଡା ଗ୍ରାମ ଆଲୋକୀ କରଣ ହୋଇଛି । ଖାଲ ମଡା ଗ୍ରାମ ରେ ୩ ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଚଳିତ ନିର୍ବାଚନ ରେ ୧୨୫୦ ମତଦାନ ହୋଇଥିଲା । ସରପଞ୍ଚ ପଦବୀ ପାଇଁ ଚତୁର୍ମୁଖି ଲଢେଇ ହୋଇଥିବା ବେଳେ ଅମିତା ପରିଡ଼ା ଖାଲ ମଡା ଗ୍ରାମ ରୁ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ଗ୍ରାମ ରେ ଥିବା ବିଦ୍ୟୁତ୍ ଖୁଣ୍ଟ ରେ ଲାଇଟ୍ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଜଳୁ ନଥିଲା ।

ଏପରିକି ରାତ୍ର ରେ ଗ୍ରାମ ଅନ୍ଧକାର ମୟ ହୋଇ ଯାଉଥିଲା । ଏଭଳି ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି ରହିଥିଲା । ନୂତନ ସରପଞ୍ଚ ଅମିତା ପରିଡ଼ା ସେ ସମସ୍ୟା ଦୂର କରିଛନ୍ତି । ତାଙ୍କ ପ୍ରଚେଷ୍ଟା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ରେ ଥିବା ଲାଇଟ୍ ଗୁଡ଼ିକ ମରାମତି କରାଯାଇ ଉନ୍ନତ ମାନର ବୈଦୁତିକ ଉପକରଣ ଲଗାଯାଇଛି । ଯାହା ଫଳରେ ଖାଲମଡା ଗ୍ରାମ ଆଲୋକିତ ହୋଇଛି ।

