ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ବାଲିଗୁଡ଼ା :- କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା l ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେଶ ଖୁସି ପରିଲକ୍ଷିତ ହେଉଛି l କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଏପ୍ରିଲ ଏକ ତାରିଖ ରୁ ଆରମ୍ଭ ହୋଇଛି l ଏହା ତେରଦିନ ବ୍ୟାପି ଚାଲିବ । ମେରୁ ଯାତ୍ରା ପରେ ପଣା ସଂକ୍ରାନ୍ତି ଦିନ ଏହି ଯାତ୍ରା ଶେଷହେବ l ଗତ ଶୁକ୍ରବାର ଏପ୍ରିଲ୍ ୧ତାରିଖ ରାତିରେ ଗାଁ ପୋଖରୀରେ ମାନସିକଧାରୀ ଦଣ୍ଡୁଆ ତେର ଭୋକତା ନିର୍ଜଳା ଉପବାସ ରହିଥିଲେ l

