
ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ମଣିଷର ଇନ୍ଦ୍ରିୟମାନଙ୍କ ମଧ୍ୟରେ ଆଖିର ଭୂମିକା ସର୍ବଗରିଷ୍ଠ । ଆଖି ମାଧ୍ୟମରେ କେବଳ ଦେଖାଯାଏ ନାହିଁ, ଏହା ବିବିଧ ଭାବ ପ୍ରକାଶର ମାଧ୍ୟମ ଭାବରେ ଉପଯୋଗ ହୁଏ । ଏଣୁ ଆଖିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ଯନିବାନ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱରରେ ‘ସେଣ୍ଟର ଫର ସାଇଟ୍’ର ୫୧ତମ ଶାଖାକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଏଭଳି ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ ।

