Home ଓଡ଼ିଶା ଜନତାଙ୍କ ଉପରେ ମହଙ୍ଗା ମାଡ଼ ଅସହ୍ୟ କୁଆଡ଼େ ଗଲେ ସ୍ମୃତି ଇରାନୀ ? ମୋଦିଙ୍କୁ ଚୁଡ଼ି ପିନ୍ଧାଇବେକି ? by Proprietor Abhimanyu Maharana 4 years ago Share on FacebookShare on TwitterWhatsapp କୁଆଡ଼େ ଗଲେ ବାବା ରାମ ଦେବ ? ୪୦ ଟଙ୍କାରେ ପେଟ୍ରୋଲ ଦେବାପାଇଁ ମୋଦିଙ୍କୁ କହିବେ କି ? ମହଙ୍ଗାଇ ମୁକ୍ତ ଭାରତ ଅଭିଯାନର ଜନଗଣ ସାମିଲ ହେବାକୁ କଂଗ୍ରେସର ଡାକରା ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କୁ ଏକ ଭୟଙ୍କର ପରିସ୍ଥିତିକୁ ଠେଲି ଦେଇଛି । ଦରଦଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନୟାନ୍ତ ଏବଂ ତଳି ତଳାନ୍ତ କରିଦେଇଛି । ଲୋକଙ୍କ ଭିତରେ ତ୍ରାହି ତ୍ରାହି ଚିତ୍କାର । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦାମ ଉଦ୍ବେଗ ଜନକ ଭାବରେ ବଢ଼ି ଚାଲିଛି । ଗତ ୧୩ ଦିନ ଭିତରେ ୧୨ ଥର ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି । ଆଜି ଭୁବନେଶ୍ୱର ପେଟ୍ରୋଲ ର ଦାମ ଟ. ୧୧୧.୫୩ ଡିଜେଲ ୧୦୧.୨୯ ଏବଂ ଗ୍ୟାସର ଦାସ ୯୭୬ ଟଙ୍କାରେ ପଂହଚିଛି । ଏହାର ପ୍ରଭାବରେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ପ୍ରବଳ ମାତ୍ରାରେ ବଢ଼ିଛି, ଯାହାକି ସାଧାରଣ ଜନଜୀବନକୁ ଚରମ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ବିଜେପି ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ । କେନ୍ଦ୍ରର ୟୁପିଏ ସରକାର ସମୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରରେ ସାମାନ୍ୟ ବୃଦ୍ଧି ବେଳେ ସ୍ମୃତି ଇରାନୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂକୁ ଚୁଡ଼ି ପିନ୍ଧାଇବା ପାଇଁ ନାରା ଦେଇଥିଲେ । ଏବେ କୁଆଡ଼େ ଗଲେ ସ୍ମୃତି ଇରାନୀ ଏବଂ ବିଜେପିର ଅନ୍ୟ ନେତାମାନେ ? ବାବା ରାମଦେବ ସେତେବେଳେ ମୋଦି ସରକାର ଆସିଲେ ୪୦ ଟଙ୍କାର ପେଟ୍ରୋଲ ମିଳିବ ବୋଲି କହିଥିଲେ । ଏବେ କୁଆଡ଼େ ଗଲେ ସେହି ରାମଦେବ ଏବଂ ତାଙ୍କର ଚେଲାମାନେ? କଂଗ୍ରେସ ସରକାର ସମୟରେ ୨୦୧୨-୨୦୧୪ ସମୟ କାଳ ଭିତରେ ଅଶୌଧିତ ତୈଳ ଦର ଥିଲା ବ୍ୟାରେଲ ପିଛା ୧୦୮ ରୁ ୧୪୦ ଡଲାର । ସେତେବେଳେ ପେଟ୍ରୋଲ ଦାମ ଥିଲା ୭୧ ଟଙ୍କା ୪୧ ପଇସା ଓ ଡିଜେଲର ଦାମଥିଲା ୫୫ ଟଙ୍କା ୪୯ ପଇସା । ମାତ୍ର ଏବେ ୨୦୨୨ର ବିଜେପି ସରକାର ସମୟରେ ଅଶୌଧିତ ତୈଳର ଦାମ ହେଉଛି ୧୦୮ ଡଳାର । ମାତ ପେଟ୍ରୋଲ ଡିଜେଲର ଦାମ ଶହେ ପାର କାହିଁକି? ବିଜେପି ସରକାର ପାଖରେ ଏହାର ଉତର ଅଛିକି? ୨୦୧୪ରେ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ପରିମାଣ ଲିଟର ପିଛା ଯଥାକ୍ରମେ ଟ. ୯.୨୦ ଓ ଟ. ୩.୪୬ ଥିଲା । ମାତ୍ର ବର୍ତମାନ ତାହା ଯଥାକ୍ରମେ ୨୦୩ ଓ ୫୩୧ ଶତାଂଶ ବୃଦ୍ଧି ପାଇଛି । ୨୦୧୪ ରୁ ୨୦୨୨ ଭିତରେ ବିଜେପି ସରକାର ଦେଶବାସୀଙ୍କ ପକେଟ କାଟି ଓ ସେମାନଙ୍କୁ ଲୁଟ କରି ରାଜକୋଷକୁ ଭର୍ତି କରିବାରେ ଲାଗିଛନ୍ତି । ଏହି ସମୟ ଭିତରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରବୃଦ୍ଧି କରି ଲୋକଙ୍କ ଠାରୁ ୨୬ ଲକ୍ଷ କୋଟି ଟଙ୍କା ଲୁଟ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ଜନଧନ ଲୁଟ ଯୋଜନା ବୋଲି ଆଜି କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କରୋନା ସମୟରେ ଯେତେବେଳେ ଦେଶବାସୀ ଚରମ ହା ହୁତାଶ ଭିତରେ ଗତି କରୁଛନ୍ତି, ସେତେବେଳେ ଗତ ୨ ବର୍ଷରେ ବିଜେପି ସରକାର ପେଟ୍ରୋଲ ଦାମକୁ ୨୯ ଟଙ୍କା ଓ ଡିଜେଲ ଦାମକୁ ୨୭ ଟଙ୍କା ବୃଦ୍ଧି କରିଛନ୍ତି । ଏହା ବିଜେପି ସରକାରର ଦେଶବାସୀଙ୍କ ପ୍ରତି କ୍ରୁର ଉପହାସ ବୋଲି ଶ୍ରୀ ଦାସ କହିଛନ୍ତି । କଂଗ୍ରେସ ସମୟରେ କାହିଁକି ପେଟ୍ରୋଲ ଡିଜେଲ ଦର କମ ରହୁଥିଲା..? କଂଗ୍ରେସ ସରକାର ସମୟରେ ୨୦୧୧-୧୨ ଠାରୁ ୨୦୧୩-୧୪ ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଉପରେ ୧.୫୦ ଲକ୍ଷ କୋଟି ଟଙ୍କା ସବସିଡି ଦଆଯାଉଥିଲା । ଫଳରେ ସମାଜର ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ଶ୍ରେଣୀ କମ ଦରରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପାଇ ପାରୁଥିଲେ । ଏହି ସବସିଡିର ପରିମାଣ ୨୦୧୧-୧୨ ରେ ୧.୪୨ ଲକ୍ଷ କୋଟି ୨୦୧୨-୧୩ ରେ ୧.୬୪ ଲକ୍ଷ କୋଟି ଓ ୧୩.୧୪ ରେ ୧.୪୨ କୋଟି ଟଙ୍କା ଥିଲା । ମାତ୍ର ବର୍ତମାନର ବିଜେପି ସରକାର ସମୟରେ ଏହି ସବସିଡି ପରିମାଣ ୨୦୧୬- ୧୭ ରେ ୨୭ ହଜାର କୋଟି, ୨୦୧୭-୧୮ ରେ ୨୮ ହଜାର କୋଟି । ୨୦୧୮-୧୯ ରେ ୪୩ ହଜାର କୋଟି, ୨୦୧୯-୨୦ ରେ ୨୬ ହଜାର କୋଟି ଓ ୨୦-୨୧ ରେ ମାତ ୧୧ ହଜାର କୋଟିରେ ସୀମାବଦ୍ଧ ହୋଇଯାଇଛି । ଫଳରେ ପେଟ୍ରୋଲ ଡିଜେଲର ଦାମ ଏହି ପରି ଆକାଶଛୁଆଁ ହୋଇଛି । ରନ୍ଧନ ଗ୍ୟାସର ମୂଲ୍ୟ ୨୦୧୪ ରେ କଂଗ୍ରେସ ସରକାର ସମୟରେ ୪୧୦ ଟଙ୍କା ଥିଲା । ଏବେ ୯୭୬ ଟଙ୍କା ବା ୧୦୦୦ ଟଙ୍କାରେ ପଂହଚିଲାଣି । ୨୦୧୪ ତୁଳନାରେ ଏହା ୫୩୯.୫୦ ଟଙ୍କା ବୃଦ୍ଧି ପାଇଛି । ୨୦୧୨-୧୩ ରେ ଅଶୌଧିତ ଗ୍ୟାସର ଦାମ ପ୍ରତି ମେଟ୍ରିକ୍ ଟନ ପିଛା ଥିଲା ୮୮୫ ଡଲାର । ୨୦୧୪ ଏହା ଥିଲା ୮୮୦ ଡଲାର । ମାତ୍ର ୨୦୨୨ ରେ ଏହାର ଦାମ କମି ପ୍ରତି ମେଟ୍ରିକ୍ଟନ ପିଛା ୭୬୯ ଡଲାରରେ ପଂହଚିଛି । ମାତ୍ର ଯେତେେବେଳ ୪୧୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଗ୍ୟାସ ଏବେ ୧୦୦୦ ଟଙ୍କା ରେ ପହଂଚିଛି । କେନ୍ଦ୍ର ବିଜେପି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ସବସିଡି ବଢ଼ାଇବା ସହିତ ଟ୍ୟାକ୍ସ କମାଇବା ପାଇଁ କଂଗ୍ରେସ ଦୃଢ଼ ଦାବୀ କରୁଛି । ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଡିଜେଲ ଉପରେ ତାଙ୍କା ଭାଟ କମାଇବାକୁ ମଧ୍ୟ କଂଗ୍ରେସ ପ୍ରସ୍ତାବ ଦେଉଛି । ତାହା ନହେଲେ ସାଧାରଣ ଜନତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି । ସଂପ୍ରତି ଦରଦାମ ବୃଦ୍ଧି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଧନ ଲୁଟରେ ଆଜି ସମଗ୍ର ଦେଶବାସୀ ଏକ ଘୋର ଆତଙ୍କ ଭିତରକୁ ଠେଲି ହୋଇଯାଇଛନ୍ତି । ଏଥିରୁ ଦେଶବାସୀଙ୍କୁ ମୁକ୍ତି ଦେବାପାଇଁ କଂଗ୍ରେସ ଦେଶତମାମ “ମହଙ୍ଗାଇ ମୁକ୍ତ ଭାରତ” ଅଭିଯାନର ଡାକରା ଦେଇଛି । ଗତ ମାର୍ଚ୍ଚ ୩୧ ତାରିଖରୁ ଦେଶତମାମ ଏହି ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଓ ବିକ୍ଷୋଭ ମାଧ୍ୟମରେ ଏ ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ଏହାକୁ ସଫଳ କରିବାପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଓ ଅମିୟ ପାଣ୍ଡବ ନିବେଦନ କରିଛନ୍ତି । Categories: ଓଡ଼ିଶା, ଦେଶ, ମହାନଗର, ରାଜନୀତି, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026