ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ଏସ୍ଟିପିଆଇ, ଭୁବନେଶ୍ୱରରେ ଗତ ଏପ୍ରିଲ ୨ ଓ ୩ ତାରିଖରେ ରେଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍ ସହ ସହଭାଗିତାରେ ମୁଲ୍ ଇନୋଭେଶନ ଲ୍ୟାବ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଯନ୍ତ୍ରଯୁଗ ’୨୨: ଉତ୍କଳ ଦିବସ ହ୍ୟାକାଥନର ଆୟୋଜନ କରାଯାଇଛି । ଏହି ହ୍ୟାକାଥନ ସମୟରେ ଓୟୁଟିଆର୍, ଭୁବନେଶ୍ୱରର ଆଶିଷ ମହାପାତ୍ର, ପ୍ରତିକ୍ ଅଗ୍ରୱାଲ ଓ ଆଦ୍ୟାଶା ସାହୁ ଏକ ସ୍ମାର୍ଟ କୋର୍ସ ମ୍ୟାନେଜ୍ମେଂଟ୍ ସିଷ୍ଟମ ନିର୍ମାଣ କରିବା ଯୋଗୁଁ ପ୍ରଥମ ସ୍ଥାନ ଅଧିକାର କରିବା ସହ ୫୦,୦୦୦ ଟଙ୍କାର ଏକ ନଗଦ ପୁରସ୍କାର ହାସଲ କରିଛନ୍ତି । ସେହିପରି ଓୟୁଟିଆର୍, ଭୁବନେଶ୍ୱରର ପ୍ରଚେଷ୍ଟା ପାଢି, ମୌସୁମୀ ଦାସ ଓ ଦୀପକ କୁମାର ସାହୁ ୨ୟ ସ୍ଥାନ ଅଧିକାର କରିଛନ୍ତି । ସାଇ ଇଂଟର୍ନ୍ୟାଶନାଲ ସ୍କୁଲ୍ର ବଂଶିକା ଅଗ୍ରୱାଲ ଓ ସୁନୈନା ସାହୁ ୩ୟ ସ୍ଥାନ ହାସଲ କରିଛନ୍ତି । ଏହି ହ୍ୟାକାଥନକୁ ରିଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍ର ସହ-ପ୍ରତିଷ୍ଠାତା ଓ ସିଇଓ ଅରବିନ୍ଦ ପାଣି ଉଦ୍ଘାଟନ କରିଛନ୍ତି ।

