ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼କ୍ଟର ଅରୁଣ କୁମାର ସାହୁ : ବିଶ୍ଵବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ମିଳିବ ଅନଲାଇନ ପରାମର୍ଶ

ଭୁବନେଶ୍ୱର,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ୧୦ ମଇ,ରବିବାର :- ଛାତ୍ର ଛାତ୍ରୀ ଙ୍କ ମାନସିକ ସ୍ଥିତିକୁ ଅଧିକ ସୁଦୃଢ କରିବା ପାଇଁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ବିଶ୍ଵବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ମିଳିବ ଅନଲାଇନ ପରାମର୍ଶ ଏହି ଅନଲାଇନ ପୋର୍ଟାଲ୍ ର ନା ରଖାଯାଇଛି ଭରୋସା । ଏଥିରେ ଏକ ହେଲ୍ପ ଲାଇନ ଟେଲିଫୋନ ନମ୍ବର ଦିଆଯାଇଛି। ଯେଉଁଥିରେ ମନସ୍ତତ୍ତ୍ୱବିତ ମାନେ ଉପସ୍ଥିତ ରହିବେ । ରାଜ୍ୟର ଯେ କୌଣସି ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ଏହି ନମ୍ବର ରେ ଫୋନ୍ କରି ନିଜର ପ୍ରଶ୍ନ ପଚାରିପାରିବେ ।

ମନସ୍ତତ୍ତ୍ୱବିତ ମାନେ ଛାତ୍ର ଛାତ୍ରୀ ଙ୍କୁ ଉତ୍ତର ଦେବା ସହ ମାନସିକ ସ୍ତରରେ ଦୃଢ଼ ହେବା ଲାଗି ଅନଲାଇନ ରେ ପରାମର୍ଶ ଦେବେ । ହେଲ୍ପ ଲାଇନ ନମ୍ବର ଟି ହେଲା ୦୮୦୪୬୮୦୧୦୧୦ । ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼କ୍ଟର ଅରୁଣ କୁମାର ସାହୁ ଅନଲାଇନ ଯୋଗେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ବାର୍ତ୍ତା ଦେବେ । ଆସନ୍ତା କାଲି ଏହାକୁ ଅନଲାଇନ ଯୋଗେ ଲୋକାର୍ପିତ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ।

Exit mobile version