ମାଁ ସମଲେଶ୍ଵରୀ ମନ୍ଦିର ଙ୍କ ପ୍ରତିଷ୍ଠା ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୪,ଏପ୍ରିଲ ସୋମବାର ) ବରଗଡ଼ :- ବିଜେପୁର ଠାରେ ଯାଦବ ସମାଜ ପକ୍ଷରୁ ମାଁ ସମଲେଶ୍ଵରୀ ଦେବୀଙ୍କ ଭବ୍ୟ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପବିତ୍ର ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେହ ହୋମ୍ ଯଜ୍ଞର ଆୟୋଜନ ହେଉଛି ସେହିଭଳି ପ୍ରତ୍ୟେହ ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଛି ।

ଆଜିର ପୂର୍ବତନ ସାଂସଦ ପ୍ରଭାସ ସିଂ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଯୁବ ନେତା  ସୁବ୍ରତ ସିଂ ପ୍ରମୁଖ ଯୋଗଦେଇ ମାଁ ସମଲେଶ୍ଵରୀ ଙ୍କ ଦର୍ଶନ କରିଥିଲେ । ମାଁ ସମଲେଶ୍ଵରୀ ଙ୍କ ଦର୍ଶନ ନିମନ୍ତେ ପ୍ରତ୍ୟେହ ଆଖପାଖ ଅଞ୍ଚଳ ର ଶତାଧିକ ଭକ୍ତଙ୍କ ସମାଗମ ହେଉଛି ।

Exit mobile version