ଅଙ୍ଗୁର ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା : ଫଳରେ ସେଥିରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା

ଓଡ଼ିଶା ତାଜା ନ୍ୟୁଜ୍ (୪,ଏପ୍ରିଲ ସୋମବାର ) ମୁମ୍ବାଇ କୋଲକାତା ଜାତୀୟ ରାଜପଥ ର ସୋହେଲା ନିକଟ ଗଡତିଆ ଟିକା ଠାରେ ଏକ ଅଙ୍ଗୁର ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟ୍ରାନ୍ସଫରମରକୁ ଧକ୍କା ଦେଇ ଓଲଟି ପଡିଥିଲା।

ଘଟଣା ସ୍ଥଳରେ ସୋହେଲା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ବିଦ୍ୟୁତ ସଂଯୋଗ କୁ ଛିହ୍ନ କରିବା ସହ ଉଦ୍ଧାର କରିଥିଲେ। ଡ଼୍ରାଇଭର କ୍ଲିନରକୁ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ।

Exit mobile version