ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣି ପୁଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ୍ (୪,ଏପ୍ରିଲ ସୋମବାର ) କୋରାପୁଟ :- ଆଜି ପୁଣି ଜଣେ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଣି ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଆଉ ଜଣେ କର୍ମଚାରୀ । ଘଟଣା ଅନୁଯାୟୀ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅଧିନସ୍ଥ ପେତ୍ରୁ ପଂଚାୟତ ଅନ୍ତର୍ଗତ ଜିଲ୍ଲାଗୁଂଠା ଗ୍ରାମର ନବୀନ ଖରାଙ୍କ ସ୍ତ୍ରୀ ଅନିତା ଖରା ନାମକ ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ନୀକଟକୁ ଏକ ଫୋନକଲ ଆସିଥିଲା । ଖବର ପାଇବା ପରେ ପଟାଙ୍ଗି ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଘର ଅଭିମୁଖେ ବାହାରିଯାଇଥିଲା । ମାତ୍ର ରୋଗୀଙ୍କ ଗାାଁକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କି.ମି ଦୂରରେ ଅଟକି ରହିଥିବା ।

ଏହା ସହିତ ଏହା ପାହାଡ଼ିଆ ଅଂଚଳ ହେବା ସହିତ ଏଠାରେ ମୋବାଇଲ ନେଟୱର୍କ ମଧ୍ୟ ଉପଲବ୍ଧ ନଥିଲା । ତେଣୁ ଆମ୍ବୁଲାନ୍ସ ଚାଳକ ପ୍ରତାପ ନିଜେ ଚାଲି ଚାଲି ଯାଇ ଲୋକଙ୍କୁ ପଚାରି ପଚାରି ରୋଗୀଙ୍କ ଘର ନୀକଟରେ ପହଂଚିଥିଲେ ଏବଂ ସେଠାରୁ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ପାହାଡ଼ିଆ ରାସ୍ତାରେ ଏକ ଖଟିଆରେ ଆମ୍ବୁଲାନ୍ସ ନୀକଟକୁ ବୋହିଆଣିଲେ । ଏହାପରେ ଗର୍ଭବତୀ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ପଟାଙ୍ଗି ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଅସୁବିଧା ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସର୍ବସାଧାରଣରେ ସେ ବେଶ ପ୍ରଶଂସିତ ହୋଇଛନ୍ତି ।

 

Exit mobile version