ଆଇ ଲେନ୍ସ କମ୍ପାନୀ ର ଶୁଭ ଉଦଘାଟନ ଓ ଚକ୍ଷୁ ରୋଗ ସଚେତନତା ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (4,ଏପ୍ରିଲ ସୋମବାର ) ନୟାଗଡ଼ :- ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆଇ ଲେନ୍ସ କମ୍ପାନୀ ର ଶୁଭ ଉଦଘାଟନ ହେବା ସହିତ ଦୁଇ ଦିନିଆ ଚକ୍ଷୁ ରୋଗ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ଓଡ଼ିଶାର ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ପ୍ରଥମ ମହିଳା ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗଦେଇ ଥିଲେ ।

ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିର ରେ ଭୁବନେଶ୍ୱର ଅଗ୍ରଓ୍ୱାଲ ଚକ୍ଷୁ ଚିକିତ୍ସାଳୟ ର ଡାକ୍ତର ସୌମେନ୍ଦୁ ମହାନ୍ତି, ଡାକ୍ତର ଗରିମା ରଥ ଓ ଡାକ୍ତର ଈଶାନିରଗୁରକର୍ ଯୋଗଦେଇ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।

ନୟାଗଡ଼ ଲୋକନାଥ ନଗର ନିବାସୀ ଲକ୍ଷ୍ମଣ ଖଟୁଆଙ୍କ ପୁତ୍ର କେ ଶୁଭଙ୍କର ଇଂଜିନିୟରିଂ କଲେଜରେ ଅଧ୍ଯୟନ କରୁଥିବା ବେଳେ ସମାଜସେବା କରିବା ପାଇଁ ଆଇ ଲେନ୍ସ ନାମକ ଏକ କମ୍ପାନୀ ଗଢି ଚଷମା ନିର୍ମାଣ କ୍ଷେତ୍ରରେ ଏକ ବୈପ୍ଲବିକ ପଦକ୍ଷେପ ନେଇଥିବା ରୁ ଉପସ୍ଥିତ ଅତିଥି ମାନେ ତାଙ୍କୁ ଭୂୟସୀ ପ୍ରସଂଶା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିଲାବେଳେ ୨୦୦ ରୁ ଉର୍ଦ୍ଧ୍ବ ରୋଗୀ ମାନଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌର ପରିଷଦର କାଉନସିଲର ମାନେ ଯୋଗଦେଇ ଥିଲା ବେଳେ ସହରର ବରିଷ୍ଠ ନାଗରିକ ମାନେ ମଧ୍ଯ ଯୋଗଦେଇଥିଲେ ।

ବିଜୁ ଜନତା ଦଳର ନୟାଗଡ଼ ପୌର ପରିଷଦର ସଭାପତି ଅମୁଲ୍ଯ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ବିଶ୍ବନାଥ ନାୟକ, ଦୁର୍ଯ୍ୟୋଧନ ସାହୁ, ନିରଂଜନ ପାତ୍ର ଆଦି ବହୁ ସମାଜସେବୀ ସହଯୋଗ କରିଥିଲେ । ଉଦଘାଟନ ସଭାର ପରିଶେଷରେ ରିତିଶା ଋତୁପର୍ଣ୍ଣା ଧନ୍ଯବାଦ ଅର୍ପଣ କରିଥିଲେ ।

Exit mobile version