ଚାନ୍ଦପୁରରେ ପ୍ରସୂତି ମହିଳା ହନ୍ତସନ୍ତ : ମାନ୍ୟବର କେବେ ବୁଝିବେ ଦୁଃଖ …?

ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ରବିବାର ) ଚାନ୍ଦପୁର :- ରଣପୁର ନିର୍ବାଚନ ମଣ୍ଡଳୀ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ମହିଳା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ଚାନ୍ଦପୁର ମେଡିକାଲରେ ଡାକ୍ତର ,ନର୍ସ ଓ ପ୍ରସୂତି ବିଭାଗ ଥାଇ ମଧ୍ୟ ମହିଳା ମାନଙ୍କୁ ପ୍ରସୂତି କରାନଯିବା ପ୍ରଶାସନର ଅବହେଳା ମନୋବୃତି ବୋଲି ସାଧାରଣ ଲୋକ ପ୍ରତିକ୍ରିୟା ଦେଉଥିବା ଜଣାଯାଇଛି । ପ୍ରତ୍ୟେକ ଦିନ ୩ ରୁ ୪ ଗର୍ଭବତୀ ମହିଳାଙ୍କ ପ୍ରସୂତି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ନିକଟରେ ଚିକିତ୍ସାଳୟ ଥାଇ ମଧ୍ୟ ପ୍ରସୂତି ପାଇଁ ଭୁବେଶ୍ବର, କଟକ ସ୍ଥିତ ମେଡିକାଲ୍ ଯିବାକୁ ପଡୁଛି । ତେବେ କିଛି ସ୍ଥାନୀୟ ବୁଦ୍ଧଜୀବୀଙ୍କ କହିବାନୁସାରେ ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସ ରେ ପ୍ରସୂତି ର ସମସ୍ତ ବ୍ୟବସ୍ଥା ଥିବା ସହ ଦୁଇଟି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ଗର୍ଭବତୀ ମହିଳାମାନଙ୍କ ପ୍ରସୂତି କରାଯାଉନାହିଁ । ଏ ଦିଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ବାରମ୍ବାର ସ୍ଥାନୀୟ ମାନ୍ୟବର ଙ୍କ ର ଦୃଷ୍ଟି ଗୋଚର କରାଯାଇଥିବା ଜଣାପଡିଛି ।

ହେଲେ ମାନ୍ୟବର ଲୋକଙ୍କୁ ପ୍ରତିଶୃତି ଦେଇ ସମୟ ଅତିବାହିତ କରିଦେଉଥିବା ଅଭିଯୋଗ ହେଉଛି । ସାଧାରଣ ଲୋକଙ୍କ ସୁବିଧା ଓ ସମସ୍ତ ବ୍ୟବସ୍ଥା ଯୋଗାଇଦେବା ପାଇଁ ସହାୟକ ହେଉଥିବା ମାନ୍ୟବର  ଲୋକଙ୍କ ଦୁଃଖ ବୁଝିବା ବଦଳରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଠକି ଆସୁଛନ୍ତି ବୋଲି ସାଧାରଣ ରେ ପ୍ରକାଶ ପାଇଛି । ତେବେ ମେଡିକାଲରେ ପ୍ରସୂତୀ ବିଭାଗରେ ଡ଼ା ସ୍ୱାଗତିକା ରଥ ଓ ଡ଼ା ବି.କେ ନାୟକ ଦାୟିତ୍ୱରେ ଥିବା ବେଳେ ବି.କେ ନାୟକ ପ୍ରତିନିଧିତ୍ଵ ଅଧିନରେ ରଣପୁର, ନୟାଗଡ ଦାୟିତ୍ୱ ଦିଆଯାଇଛି । ଦୁଇ ଦିନ ପାଇଁ ଚାନ୍ଦପୁରରେ କୌଣସି ପ୍ରସୂତି କରିବା ସମ୍ଭବ ହେଉନାହିଁ ବୋଲି ଜଣାପଡିଛି । ତେବେ ଦେଖାଯାଉ ମାନ୍ୟବର ପ୍ରସୂତିଙ୍କ ପାଇଁ କେବେ କରିବେ ବ୍ୟବସ୍ଥା ..?

 

Exit mobile version