ରାତ୍ର କ୍ରିକେଟ୍ ଟୁର୍ଣ୍ଣା ମେଣ୍ଟ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ହାଇସ୍କୁଲ ପଡ଼ିଆରେ ନୂଆଗାଁ ଏଫ୍. ଇ.ସି. ସି ଆନୁକୁଲ୍ୟରେ ରାତ୍ର କ୍ରିକେଟ୍ ଟୁର୍ଣ୍ଣା ମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣା ମେଣ୍ଟ ରେ ୮ ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ପ୍ରତାପ ପ୍ରସାଦ ଏବଂ ମଧ୍ୟଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ପ୍ରତାପ ପ୍ରସାଦ ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,

ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ହାସ୍ୟ ଅଭିନେତା ରବି କୁମାର,ନୂଆଗାଁ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ତ୍ରିଲୋଚନ ପରିଡ଼ା,ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ, ପାରା ଢିପି ପଞ୍ଚାୟତ ସମିତି ସଭ୍ୟ ବିଭୂତି ଭୂଷଣ ପ୍ରଧାନ,ନୂଆଗାଁ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ନାୟକ,

ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଶିବଦତ୍ ପାତ୍ର,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବିଜୟୀ ଓ ପରାଜିତ ଦଳ କୁ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ପୁରସ୍କୃତ କରିବା ସହ ଏଭଳି ଆୟୋଜନ କୁ ପ୍ରଶଂସା କରିଥିଲେ । ଅଜିତ୍ ପ୍ରଧାନ ଏବଂ ମନୋଜ ନାୟକ ମ୍ୟାଚ୍ ପରିଚାଳନା କରିଥିବା ବେଳେ ନୂଆଗାଁ ଏଫ୍ ଇ ସି ସି ର ସମସ୍ତ ସଦସ୍ୟ ଟୁର୍ଣ୍ଣା ମେଣ୍ଟ ରେ ସହଯୋଗ କରିଥିଲେ ।

Exit mobile version