
ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) କେନ୍ଦ୍ରାପଡ଼ା :- ଜିଲ୍ଲା କେନ୍ଦ୍ରାପଡ଼ା ଅନ୍ତର୍ଗତ ବାଲିଆ ମେଲଣ ପଡ଼ିଆ ଠାରେ “କେନ୍ଦ୍ରାପଡ଼ା ସେବାସମିତି” ଆନୁକୂଲ୍ୟରେ ଆୟୋଜିତ ” ଷଷ୍ଠ ଫଗୁଣ ମହୋତ୍ସବ-୨୦୨୨”ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୀଳଶୈଳ ଓ ବିଶ୍ବ ଓଡ଼ିଆ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ଓଡ଼ିଶାର ପ୍ରତିଷ୍ଠିତ ବ୍ଯଙ୍ଗକବି ଡ. ଧର୍ମଛଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

