ବିଶ୍ବ ଓଡ଼ିଆ ସମ୍ମିଳନୀ ଏବଂ ନୀଳଶୈଳ ପକ୍ଷରୁ ଉତ୍କଳ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) କଟକ :- କଟକ ସ୍ଥିତ ଗୋରାକବର ଠାରେ ନୂତନ ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ପୀଠରେ ବିଶ୍ବ ଓଡ଼ିଆ ସମ୍ମିଳନୀ ଏବଂ ନୀଳଶୈଳ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଶ୍ବ ଓଡ଼ିଆ ସମ୍ମିଳନୀର ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା ଉତ୍କଳ ଗୌରବଙ୍କ ସମାଧିରେ ପୁଷ୍ପାର୍ଘ୍ଯ ଅର୍ପଣ କରି କହିଥିଲେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିନା ସ୍ବତନ୍ତ୍ର ଓଡ଼ିଶାର ପରିକଳ୍ପନା ଅସମ୍ଭବ ହୋଇଥାନ୍ତା । ଯିଏ ଅସଜଡ଼ା ଉତ୍କଳକୁ ସଜାଡ଼ି ପ୍ରଥମ ଭାଷା ଭିତିକ ରାଜ୍ୟ କରାଇବାରେ ସଫଳତା ଆଣି ଦେଇଥିଲେ ହେଲେ ତାଙ୍କର ସମାଧିସ୍ଥଳୀର ଆଜି ଅସଜଡ଼ା ହୋଇ ପଡ଼ି ରହିଛି ।

ତାଛଡ଼ା ଆଜି ଷଢୈକଳା, ଖରସୁଆଁ ଠାରୁ ଆରମ୍ଭ କରି କୋଟିଆ ଓ ମେଦିନାପୁର ପ୍ରଭୃତି ଅଞ୍ଚଳର ଲକ୍ଷ ଲକ୍ଷ ଓଡ଼ିଆ ଆଜି ନିଷ୍ପେସିତ ଓ ଅବହେଳିତ ହୋଇ ଆକୁଳ ନିବେଦନ କରୁଛନ୍ତି । ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ କହିଥିଲେ ଓଡ଼ିଶାକୁ ମଧୁବାବୁ ସ୍ଵତନ୍ତ୍ର ରାଜ୍ୟରେ ପରିଣତ କରିଦେଇଥିଲେ ଆଜି ସେହି ସ୍ମୃତିକୁ ମନେପକାଇବାକୁ ଯାଇ ଆମେ ଏପ୍ରିଲ ପହିଲାରେ ଉତ୍କଳ ଦିବସ ପାଳନ ପୂବର୍କ ସମାଧି ସ୍ଥଳରେ ଫୁଲଦେଇ ସେଇ ଫଟୋକୁ ଗଣମାଧ୍ୟମରେ ପ୍ରକାଶ କରିଦେଲେ ଆମ କାର୍ଯ୍ୟ ଶେଷ ,

 

ହେଲେ ମଧୁବାବୁଙ୍କ ଅଧୁରା କାର୍ଯ୍ୟ “ଓଡ଼ିଶାର ପୂର୍ଣ୍ଣାଙ୍ଗ ମାନଚିତ୍ର” ଆଜି ପର୍ଯ୍ୟନ୍ତ ସେମିତି ଅଧୁରା ହୋଇ ରହିଛି କେତେ ସରକାର ଗଲେଣି କେହି ଅପୂର୍ଣ୍ଣାଙ୍ଗ ଓଡ଼ିଶାର ମାନଚିତ୍ରକୁ ପୂର୍ଣ୍ଣାଙ୍ଗ କରିପାରିବାରେ ଧ୍ୟାନ ଦେଇ ନହାନ୍ତି । ଏହି କାର୍ଯ୍ୟକ୍ରମରେ ଶକ୍ତି ଶଂକର ରାଜ , ରାଜେଶ ଜୈନ , ଆଇନଜୀବୀ ସନ୍ତୋଷ କୁମାର ଦାସ , ଡାକ୍ତର ମୃଣ୍ମଯ ମହାନ୍ତି , ରବିନ୍ଦ୍ର କୁମାର ଜେନା , ସୌମ୍ୟ ଶଙ୍କର ରାଜ , ସବିତା ମହାନ୍ତି , ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ , ଶ୍ରୀମତୀ ବାସନ୍ତୀଲତା ନାୟକ ପ୍ରମୁଖ ମଧୁବାବୁଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

Exit mobile version