ଚାନ୍ଦ%A

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) ଚାନ୍ଦପୁର :- ଚାନ୍ଦପୁର ଦଶଦୋଳ ମେଳଣ ମହୋସବ ୨୦୨୨ ଶାନ୍ତିଶୃଙ୍ଖଳା ଓ ଉତ୍ସାହ ଉଦ୍ଦୀପନା ସହ ସମାହିତ ହୋଇଛି I ନାମକୀର୍ତନ ଓ ରଂଗାରଂଗ କାର୍ଯ୍ୟକ୍ରମ ତିନିଦିନ ଧରି ପ୍ରବଳ ଜନସମାଗମ ରେ ଧୂମଧାମରେ ପାଳିତ ହୋଇଛି I ସର୍ବପ୍ରାଚୀନ ଗଡ଼ଜାତ ରଣପୁରର ଇତିହାସପ୍ରସିଦ୍ଧ ଚାନ୍ଦପୁର ମେଳଣରେ ଚ଼ଳିତବର୍ଷ ଭଲବେପାରବଣିଜ ହୋଇଛି I

ନିର୍ବାଚିତ ପ୍ରତିନିଧି ଓ ଦୋଳକମିଟିକୁ ମାନ୍ୟବର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଜିଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଉଭୟ ଚାନ୍ଦପୁର ଓ କନ୍ଧନୟାଗଡ଼ର ଯୁବ ସ୍ଵେଛାସେବୀ ସାଧ୍ୟମତେ ସେବା ଯୋଗାଇଅଛନ୍ତି । ଭାରତୀୟ ଷ୍ଟେଟବ୍ୟାଙ୍କ ଓ ଦୋଳକମିଟି ସହଭାଗିତାରେ ବିଶୁଦ୍ଧ ପାଣିବୋତଲ ମାଗଣାରେ ବଣ୍ଟାଯାଇଛି I

ନିଜସ୍ଵ ବ୍ୟବସ୍ଥାରେ ଦୁର୍ଗାଶଙ୍କରସିଂଦେଓ କୋଠଭୋଗ ନୀତି ଓ ପାରମ୍ପାରିକ ଦେବନୀତି ସୁଦାମ ବେହେରା ତୁଲାରଛନ୍ତି I ସଫେଇ ଓ ପରିମଳ,ଆଇନଶୃଙ୍ଖଳା ପ୍ରଭୃତି ବିଭିନ୍ନ ଆନୁସଂଗିକକାର୍ଯ୍ୟ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀମାନେ ଉପଯୁକ୍ତ ସମନ୍ବୟ ରକ୍ଷା କରି ନିଷ୍ଠାରସହ ଦାୟିତ୍ୱନିର୍ବାହ କରିଛନ୍ତି । ଅପସରା ଜୁଏଲର୍ସ ଚାନ୍ଦପୁର ଓ କନ୍ଧନୟାଗଡ଼ ସରପଞ୍ଚ ଗୁଲୁବାସ ସୁବୁଦ୍ଧି ଏବଂଯୁବଗୋଷ୍ଠୀ ମନୋରଂଜନ କାର୍ଯ୍ୟକ୍ରମ କରାଇଛନ୍ତି I

 

ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା ଆବଶ୍ୟକୀୟ ସହଯୋଗ ଦେଇଛନ୍ତି I ଉତ୍ସବର ସଫଳତା ପାଇଁ ଜନଗଣ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାହାଯ୍ୟସହଯୋଗ ହୁଲିବାର ନୁହେଁ I ଆଗାମୀବର୍ଷ ସୁଚିନ୍ତିତ ଓ ସୁବ୍ୟବସ୍ଥିତ ତଥା ଅଧିବ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି I ଭାଇଚାରା ସଂପର୍କର ଗଣପର୍ବ ଚାନ୍ଦପୁର ଦଶଦୋଳ ମେଳଣ ମହୋସବ ସଂପର୍କରେ ଏ ସମସ୍ତ ସୂଚନା କମିଟିର ସଂପାଦକ ମନୋଜ ଦାସ ରଖିଛନ୍ତି  I

Exit mobile version