ଚାନ୍ଦପୁର ଥାନା ର ଅଞ୍ଜଳି ସାହା ଙ୍କୁ ‘ବେଷ୍ଟଏସ୍ଆଇ’ ର ମାନ୍ୟତା ପ୍ରଦାନ କଲେ – ନୟାଗଡ ଏସପି

ଓଡ଼ିଶା ତାଜା ନ୍ୟୁଜ୍ (1.4.2022,ଶୁକ୍ରବାର) ଚାନ୍ଦପୁର :- ରଣପୁର ବ୍ଲକ୍ ଚାନ୍ଦପୁର ଥାନା ଏସଆଇ ଅଞ୍ଜଳି ସାହାଙ୍କୁ ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ଏସଆଇ ଭାବେ ସମ୍ମାନିତ କରାଯାଇଛି । ବେଆଇନ ଖଣି ଖାଦାନ ଚଢ଼ାଉ , ନାବାଳିକା ଉଦ୍ଧାର ,ଡକାୟତି କେସ ରେ ୱାରେଣ୍ଟ ଧରିବା ଏବଂ ଏକ୍ସାଇଜ୍ ରେଡ୍ ମାମଲାରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ଦ୍ୱାରା ମହିଳା ପୋଲିସ୍ ଅଧିକାରୀ ଅଞ୍ଜଳୀ ସାହାଙ୍କୁ ” ବେଷ୍ଟ ଏସ୍ଆଇ ” ର ମାନ୍ୟତା ପ୍ରଦାନ କରାଯାଇଛି ।

ତାଙ୍କ ବାହାଦୂରୀ ଓ ନୀରପେକ୍ଷତା ପାଇଁ ତାଙ୍କୁ ବହୁ ପ୍ରସଂଶାର ପାତ୍ର ହୋଇପାରିଛନ୍ତି । ତାଙ୍କର ଏହି ଭଳି ନିର୍ଭୀକତା କାର୍ଯ୍ୟକଳାପ ପାଇଁ ମୋ ସରକାର ରେ ଭଲ ରେକର୍ଡ ହାସଲ କରିପାରିଛନ୍ତି । ପୂର୍ବରୁ ଇଟାମାଟି ଥାନାରେ କାର୍ଯ୍ୟରତ ଥିବା ବେଳେ ମଧ୍ୟ ଏପରି ବହୁ କେସ ଗୁଡ଼ିକ ହାତକୁ ନେଇ ପ୍ରଶଂସା ର ପାତ୍ର ହୋଇଥିଲେ

ପରେ ଚାନ୍ଦପୁର ଥାନା ରେ ନିଯୁକ୍ତି ହେବା ପର ଠାରୁ ସେ ମାମଲା ଗୁଡ଼ିକର ନିରପେକ୍ଷ ତଦନ୍ତ କରି ଆସିଥିଲେ ଯାହାର ଫଳ ସ୍ୱରୂପ ତାଙ୍କୁ ବେଷ୍ଟ ଏସ୍ଆଇ ଆୱର୍ଡ ମିଳିଛି । ତାଙ୍କ ଭଳି ଏସ୍ଆଇ ଙ୍କୁ ନେଇ ଚାନ୍ଦପୁର ଗର୍ବ କରିବା ସହ ବରିଷ୍ଠ ବୁଦ୍ଧିଜୀବୀ ମହଲରେ ତାଙ୍କୁ ସାଧୁବାଦ୍ ଜ୍ଞାପନ କରାଯାଇଛି ।

Exit mobile version