ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ଦାୟିତ୍ଵ ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ୍ (୩ମାର୍ଚ୍ଚ ଗୁରୁବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ନୂତନ ଭାବରେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ତଥା ପାରାଦ୍ଧିପି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଲକ୍ଷ୍ମୀ ପ୍ରିୟା ବେହେରା ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି ।ଆଜି ପ୍ରତାହରୁ ନୂଆଗାଁ ବ୍ଲକ ପରିସରରେ ଥିବା ତାଙ୍କ ଅଫିସ୍ ଗୃହରେ ହୋମ ଓ ପୂଜାର୍ଚ୍ଚନା କରିଥିଲେ, ତାପରେ ନୂଆଗାଁ ର ପ୍ରତ୍ୟେକ ଦେବାଳୟ ଯାଇ ଠାକୁରଙ୍କ ଦର୍ଶନ କରି ଆସି ନିଜ ସିଟ ରେ ବସିଥିଲେ ।

ତାଙ୍କୁ ନୂଆଗାଁ ର ବିଭିନ୍ନ ସାମ୍ବାଦିକ ସଂଘ, ତଥା ସମସ୍ତ ନିର୍ବାଚିତ ସମିତି ସଭ୍ୟା, ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ଉପଢୋକନ୍ ଓ ,ଫୁଲ ତୋଡା ଦେଇ ସମ୍ମାନୀତ କରିଥିଲେ । ଅପର ପକ୍ଷରେ ଅଧ୍ୟକ୍ଷା ଶ୍ରୀମତୀ ସ୍ୱାଇଁ ଓ ତାଙ୍କ ସ୍ଵାମୀ ତଥା ସମାଜ ସେବୀ ଶଙ୍କର୍ଷଣ ବେହେରା ଉପସ୍ଥିତ ରହି ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଉପଡୋକନ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ନୟଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ପାଇଁ ମୁଁ ଜନସାଧାରଙ୍କ ସେବା କରିବାର ସୁଯୋଗ ପାଇଚି ବୋଲି ନୂତନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ନିଜର ଅଭିଭାଷଣରେ କହିଥିଲେ । ଆଗାମୀ ଦିନରେ ନୂଆଗାଁ ବ୍ଲକ ଟିକୁ ସାରା ରାଜ୍ୟରେ କିପରି ଭାବରେ ପ୍ରଥମ ସ୍ଥାନରେ ରଖିବେ ତାହା ତାଙ୍କର ସ୍ବପ୍ନ ବୋଲି ଶ୍ରୀମତୀ ବେହେରା କୁହନ୍ତି ।

Exit mobile version