ନୂଆଗାଁ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ଙ୍କ ଦାୟିତ୍ଵ ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ବୁଧବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ରେ ବିଜୟୀ ହୋଇଥିବା ସରପଞ୍ଚ ଅମିତା ପରିଡ଼ା ଦାୟିତ୍ଵ ଗ୍ରହଣ କରିଛନ୍ତି । ସ୍ଥାନୀୟ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ଶାସମଲ୍, ନାଏବ ସରପଞ୍ଚ ବସନ୍ତ କୁମାର ପ୍ରଧାନ ,ସମସ୍ତ ୱାର୍ଡ ସଭ୍ୟ , ସଭ୍ୟା ,ଶୁଭେଚ୍ଛୁ ଙ୍କ ଉପସ୍ଥିତିରେ ଦାୟିତ୍ଵ ଗ୍ରହଣ କରିଥିଲେ ସରପଞ୍ଚ ଅମିତା ପରିଡ଼ା ।

ଦାୟିତ୍ଵ ଗ୍ରହଣ କରିବା ପରେ ନୂଆଗାଁ ପଞ୍ଚାୟତ କୁ ଏକ ଆଦର୍ଶ ,ଦୁର୍ନୀତି ମୁକ୍ତ ,ପଞ୍ଚାୟତ ଭାବେ ଗଢି ତୋଳିବା ସହ ଦଶପଲ୍ଲା ବିଧାୟକ ଙ୍କ ଆଶୀର୍ବାଦ ,ନୂଆଗାଁ ପଞ୍ଚାୟତ ର ଜନସାଧାରଣ ଙ୍କ ସହଯୋଗ ରେ ମୋର ବିଜୟ ହୋଇଛି ବୋଲି ସରପଞ୍ଚ ଶ୍ରୀମତୀ ପରିଡ଼ା କହିଛନ୍ତି ।

ନୂଆଗାଁ ପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ଚତୁର୍ମୁଖୀ ଲଢେଇ ଚାଲିଥିଲା ବେଳେ ଅମିତା ପରିଡ଼ା ବିଜୟୀ ହୋଇ ଇତିହାସ ରଚି ନୂଆଗାଁ ବ୍ଲକ୍ କୋଣ ଅନୁକୋଣରେ ଚର୍ଚ୍ଚିତ ହୋଇଥିଲେ ।ନୂତନ ସରପଞ୍ଚ ଅମିତା ପରିଡ଼ା ଦାୟିତ୍ଵ ଗ୍ରହଣ ପରେ ନୂଆଗାଁ ପଞ୍ଚାୟତ ଜନସାଧାରଣ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version